Latest Odisha News

BREAKING NEWS

କନ୍ୟାକିରଣ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳିତ

ଭୁବନେଶ୍ବର : କିଟ୍ ଓ କିସର ଅନନ୍ୟ ପ୍ରୟାସ ‘କନ୍ୟାକିରଣ’ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ସଦର ମହକୁମା ସମେତ ୩୪ଟି ସ୍ଥାନରେ ପାଳିତ ହୋଇଛି ‘ରାଷ୍ଟ୍ରୀୟ କନ୍ୟା କିରଣ ଦିବସ’ । ଭର୍ଚ୍ଚୁଆଲ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଚଳିତବର୍ଷର ବିଷୟବସ୍ତୁ ‘ମୁଁ ପଢ଼ିବି-ମୁଁ ବଢ଼ିବି’ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ‘ପ୍ରଜ୍ବାଳା’ର ପ୍ରତିଷ୍ଠାତା ଡକ୍ଟର ସୁନୀତା କ୍ରୀଷନ, ଆଇଆଇଏମ ଅହମ୍ମଦାବାଦର ସହାୟକ ପ୍ରଫେସର ଡକ୍ଟର ସ୍ମିତା ପ୍ରେମଚନ୍ଦର, ବିଶିଷ୍ଟ ଡେଭେଲପମେଣ୍ଟ ପ୍ରଫେସନାଲ ସୂର୍ଯ୍ୟମଣି ରାଉଳ ଓ ଦୌଡରାଣୀ ଦୂତୀ ଚାନ୍ଦ ଯୋଗଦେଇ ମହିଳା ଓ ପୁରୁଷଙ୍କ ପାଇଁ ଏକ ସମାଜ ସମାଜ ଗଠନ ଉପରେ ଆଲୋକପାତ କରିଥିଲେ ।

ସ୍ବାଗତ ଭାଷଣ ପ୍ରଦାନ କରି କିଟ୍, କିସ୍ ଓ କନ୍ୟାକିରଣର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେ, ଶିକ୍ଷା ମାଧ୍ୟରେ କନ୍ୟା ସନ୍ତାନଙ୍କ ସଶକ୍ତିକରଣ ଓ ପ୍ରୋତ୍ସାହିତ କରିବା ତଥା ମହିଳାଙ୍କ ସୁରକ୍ଷା ଦିଗରେ କନ୍ୟାକିରଣ ହେଉଛି କିଟ୍ ଓ କିସର ଅନନ୍ୟ ପ୍ରୟାସ । ଶିକ୍ଷା ବିନା କନ୍ୟା ସନ୍ତାନ ଓ ମହିଳାମାନଙ୍କ ସଶକ୍ତିକରଣ ଓ ସୁରକ୍ଷା କଥା ଚିନ୍ତା କରାଯାଇନପାରେ । ତେଣୁ ଶିକ୍ଷା ହେଉଛି ଶିଶୁମାନଙ୍କ ତୃତୀୟ ନୟନ ବୋଲି କହିଥିଲେ ଅଚ୍ୟୁତ ସାମନ୍ତ । କିଟ୍ ବିଶ୍ବବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଜିଲ୍ଲାରେ ୨୦୨୦ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଓ ସଫଳ କନ୍ୟା ସନ୍ତାନଙ୍କୁ ସମ୍ବର୍ଦ୍ଧିତ ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.