Latest Odisha News

BREAKING NEWS

ଦିବ୍ୟାଙ୍ଗ ପିଲାଙ୍କ ଦ୍ୱାରା ନିର୍ମିତ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜିତ

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସାମାଜିକ କଲ୍ୟାଣକାରୀ ଅନୁଷ୍ଠାନ ‘ସମ୍ମାନିତା’ ଏବଂ ଦ କ୍ଲିକ ପ୍ରଡକ୍ସନର ମିଳିତ ଆନୁକୂଲ୍ୟରେ ଦିବ୍ୟାଙ୍ଗ ପିଲାଙ୍କ ଦ୍ୱାରା ନିର୍ମିତ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟାଜିତ ହୋଇଯାଇଛି। ପ୍ରତିଭାବାନ ଦକ୍ଷ ଦିବ୍ୟାଙ୍ଗ ପିଲାମାନଙ୍କୁ ଉତ୍ସାହିତ ଏବଂ ପ୍ରୋତ୍ସାହିତ କରିବା ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହା ଦ୍ୱାରା କଟକ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ୧୦ଟି ବିଦ୍ୟାଳୟର ପିଲାମାନେ ବିକ୍ରୟ ପାଇଁ ଚିତ୍ର, ମାଟି ତିଆରି ଜିନିଷ, ଏମ୍ବ୍ରୋଡୋରୀ ଏବଂ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ କରିଥିଲେ ।

ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ମିଶ୍ର, ଜିଏସଟି କମିଶନର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରଗତି ମହାନ୍ତି ପ୍ରମୁଖ ଯୋଗଦେଇ ସଫଳ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପାଇଁ ଅନେକ ପ୍ରଶଂସା ଏବଂ ପୁରସ୍କାର ଜିତିଥିବା ଖ୍ୟାତନାମା ଓଡ଼ିଆ କୋରିଓଗ୍ରାଫର ହରିହର ଦେଓଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପାଖାପାଖି ୮୦ ଜଣ ଦିବ୍ୟାଙ୍ଗ ପିଲା ଭାଗ ନେଇଥିଲେ । ଏହି ଅବସରରେ ଝୋଟି ଏବଂ ରଙ୍ଗୋଲି ପ୍ରତିଯୋଗିତା କରାଯାଇଥିଲା ।

Leave A Reply

Your email address will not be published.