Latest Odisha News

BREAKING NEWS

ସ୍ୱାଧୀନତା ଦିବସ ପାଇଁ ପ୍ରଦର୍ଶନୀ ପଡିଆ ସଜବାଜ, ସାମିଲ ହେବେ ଶହେ ଅତିଥି

ଭୁବନେଶ୍ୱର: ଆସନ୍ତାକାଲି ସମଗ୍ର ଦେଶରେ ପାଳିତ ହେବ ସ୍ୱାଧୀନତା ଦିବସ । ତେବେ ଚଳିତ ବର୍ଷ କରୋନା କଟକଣା ଭିତରେ ନିରାଡମ୍ବରରେ ଅଗଷ୍ଟ ୧୫ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି ।

ଚଳିତ ବର୍ଷ ରାଜଧାନୀର ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ସଜବାଜ ହୋଇଛି ପ୍ରଦର୍ଶନୀ ପହିଆ । ପୁଲଡ୍ରେସ୍ ରିର୍ହସାଲ ମଧ୍ୟ ଶେଷ ହୋଇଛି । ଏହି ପରେଡ୍‌ରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପତାକା ଉତ୍ତୋଳନ କରିବା କାର୍ଯ୍ୟକ୍ରମ ରହିଛି ।

ତେବେ ମାତ୍ର ୧୦୦ ଜଣ ଅତିଥି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏଥିସହ ପରେଡ୍‌ରେ ମାତ୍ର ୪ଟି କଂଟିଜେଂଟ ଭାଗ ନେବେ । ଏସ୍‌ଏସ୍‌ବି, ଓଡ୍ରାଫ୍‌, ଓଏସ୍‌ଏପି ଓ ସପ୍ତମ ବଟାଲିଅନ୍ ପରେଡ୍‌ରେ ଅଂଶ ଗ୍ରହଣ କରିବେ । ଏଥିସହ କୋଭିଡ ଯୋଦ୍ଧା ମାନେ ମଧ୍ୟ ପରେଡରେ ଉପସ୍ଥିତ ରହିପାରନ୍ତି ।

Leave A Reply

Your email address will not be published.