Latest Odisha News

BREAKING NEWS

ସେପ୍ଟେମ୍ବରରେ ‘କୋଭାକ୍ସିନ୍‌’ର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଏହାର ମକୁବାଲି ପାଇଁ ଭାର ଆଂଟି କରୋନା ଭାଇରାସ ଟିକା ଆଣିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି ଭାରତ । ଭାରତର ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ’ର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସରିଥିବା ବେଳେ ଖୁବ୍‌ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ ।

ଆସନ୍ତା ସେପ୍ଟେମ୍ବର ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ । ଏଥିପାଇଁ ପ୍ରାର୍ଥୀ ନିଯୁକ୍ତି ଲାଗି କେନ୍ଦ୍ର ପ୍ରସ୍ତୁତ ଅଛି । ଏମ୍ସର ସୂଚନା ମୁତାବକ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବ ଏବଂ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଶୀଘ୍ର ଦାଖଲ ହେବ |

ଭାରତ ଏବେ କରୋନା ଟିକାର ପରୀକ୍ଷା ଚଳାଇଥିବା ବେଳେ ଋଷ ନିଜର ଟିକା  ପୂର୍ବ ଘୋଷଣା ମୁତାବକ ଧାର୍ଯ୍ୟ ତାରିଖରେ ଲୋକାର୍ପିତ କରିପାରିଛି। ଏପରିକି ସରକାରୀ ପ୍ରତିଷ୍ଠାନ ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ବିକଶିତ ‘ସ୍ପୁଟ୍‌ନିକ୍‌-ଭି’ ନାମକ ଏହି ଟିକାକୁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ଝିଅ ଠାରେ ପ୍ରୟୋଗ କରିଥିବା ମଧ୍ୟ ଘୋଷଣା କରିଛନ୍ତି। ଦେଶ ଭିତରେ ଏହାକୁ ନେବା ପାଇଁ ହିତାଧିକାରୀଙ୍କର ପଞ୍ଜୀକରଣ ସହ ଏହାର ବ୍ୟାବସାୟିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଆଗାମୀ ସପ୍ତାହକ ଭିତରେ ଏହା ବଜାରରେ ଉପଲବ୍‌ଧ ହୋଇପାରିବ ବୋଲି ଆକଳନ କରାଯାଇଛି।

Leave A Reply

Your email address will not be published.