Latest Odisha News

ସଡ଼କ ସୁରକ୍ଷା ସପ୍ତାହର ଉଦଘାଟନ ସମାରୋହ: ଜାନୁଆରୀ ୭ ଯାଏ ଚାଲିବ କାର୍ଯ୍ୟକ୍ରମ 

ଭୁବନେଶ୍ବର: ଓଡ଼ିଶାର ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ। ଜାନୁଆରୀ ୧ରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ପାଳନ ହେବ। ନାଗରିକଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତା ସୃଷ୍ଟି କରିବାକୁ ଏହି ସପ୍ତାହ ପାଳନ କରାଯାଉଛି। ଏହାର ବିଷୟବସ୍ତୁ ରହିଛି “ସଡକ ସୁରକ୍ଷା – ପରିବାର ରକ୍ଷା”। ଆଜି କୀଟ୍ ପ୍ରଦର୍ଶନୀ ପଡିଆରେ ଏହାର ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ସକାଳ ୭.୩୦ରେ କୀଟ୍ ପ୍ରଦର୍ଶନୀ ପଡିଆଠାରୁ ପଦଯାତ୍ରା ଆରମ୍ଭ ହୋଇ ଡ୍ରାଇଭିଂ ଟେଷ୍ଟିଙ୍ଗ ଟ୍ରାକ, ଚନ୍ଦ୍ରଶେଖରପୁର ଠାରେ ସମାପ୍ତ ହୋଇଥିଲା।ଏହି ଅବସରରେ ସଡକ ସୁରକ୍ଷା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଏହା ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ବିଭିନ୍ନ ସଡକ ସୁରକ୍ଷା ପ୍ରସଙ୍ଗ ଉପରେ ସମଗ୍ର ଜିଲ୍ଲାରେ ସଚେତନତା ସୃଷ୍ଟି କରିବା ପାଇଁ ଭ୍ରମଣ କରିବ। ଏହି କାର୍ଯ୍ୟକ୍ରମରେ ପିକନିକ୍ / ତୀର୍ଥଯାତ୍ରା ସ୍ଥାନକୁ ଯାଉଥିବା ଗାଡ଼ି ମାନଙ୍କ ପାଇଁ ଏକ SOP ମଧ୍ୟ ଉନ୍ମୋଚିତ ହୋଇଥିଲା।

ଏହି ସମାରହରେ ମନ୍ତ୍ରୀ ଟୁକୁନି ସାହୁ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ କମିଶନର ଅମିତାଭ ଠାକୁର, ଅତିରିକ୍ତ ପରିବହନ କମିଶନର (ସଡକସୁରକ୍ଷା) ଲାଲମୋହନ ସେଠୀ, ଯୁଗ୍ମ ପରିବହନ କମିଶନର (ସଡକ ସୁରକ୍ଷା)ପ୍ରଦୀପ କୁମାର ମହାନ୍ତି, ଅନ୍ୟ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

 

Comments are closed.