Latest Odisha News

BREAKING NEWS

ନୂଆବର୍ଷରେ ଭକ୍ତଙ୍କ ସହ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କଲେ ରାଜ୍ୟପାଳ, ଆଜିଠୁ ଲାଗୁହେଲା ଅନେକ ନିୟମ

ପୁରୀ: ବିଦାୟ ନେଇଛି ପୁରୁଣାବର୍ଷ ୨୦୨୩ । ଆଉ ପୁଣି ଏକ ବିଶ୍ୱାସ, ଭରସା, ଉନ୍ମାଦନା, ଆଶା, ସ୍ୱପ୍ନକୁ ନେଇ ଆସିଛି ନୂତନବର୍ଷ ୨୦୨୪ । ନୂଆବର୍ଷ ର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ପାଲଟିଥିଲା ଜନସମୁଦ୍ର । ଭକ୍ତଙ୍କ ଭାବାବେଗ ଆଗରେ ପ୍ରଶାସନର ଆକଳନ ଫେଲ୍ ମାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ଅଢେଇଲକ୍ଷ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କୁ ରତ୍ନସିଂହାସନରେ ଦର୍ଶନ କରି କୃତାର୍ଥ ହୋଇଛନ୍ତି ।

ପ୍ରଶାସନ ଭକ୍ତଙ୍କ ଭିଡକୁ ଆକଳନ କରି ମାର୍କେଟ ଛକ ଠାରୁ ବ୍ୟାରିକେଡ୍ ଆରମ୍ଭ କରିଥିଲେ ମଧ୍ୟ ପ୍ରାୟତଃ ମାଉସୀ ମା’ଙ୍କ ମନ୍ଦିର ପର୍ଯ୍ୟନ୍ତ ଲମ୍ବା ଲାଇନ୍ ରେ ଭକ୍ତମାନେ ଘଣ୍ଟଘଣ୍ଟା ଧରି ଧାଡିରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ କୁଣ୍ଠାବୋଧ କରିନଥିଲେ ।

ବର୍ଷ ଆରମ୍ଭରୁ ମହାପ୍ରଭୁଙ୍କ ଦର୍ଶନ କରି ବେଶ୍ ଆନନ୍ଦିତ ଥିବା ଭକ୍ତମାନେ କହିଥିବା ବେଳେ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ସେଡ୍ ର ଅତ୍ୟାଧୁନିକ ସୁବିଧା ସେମାନଙ୍କ କଷ୍ଟକୁ ଲାଘବ କରିଛି ବୋଲି ମତ ପ୍ରକାଶ ପାଇଛି । ଅନ୍ୟପଟେ ମହାମହୀମ ରାଜ୍ୟପାଳ ରଘୁବର ଦାସ ନୂଆବର୍ଷ ପ୍ରାରମ୍ଭରୁ ଶ୍ରୀମନ୍ଦିର ସପରିବାର ସହ ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି । ଏହାସହ ଓଡିଶାବାସୀଙ୍କ ସୁଖସମୃଦ୍ଧି କାମନା କରିଛନ୍ତି ରାଜ୍ୟପାଳ ।
ତେବେ ଦର୍ଶନ ଆରମ୍ଭରୁ ସ୍ଥିତି ଅନୁଧ୍ୟାନ କରିଥିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ , କେନ୍ଦ୍ରାଞ୍ଚଳ ଆଇଜି ଆଶୀଷ ସିଂହ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଓ ପୁରୀ ଏସପି ବିଶାଲ୍ ସିଂହ ।

ଆଜିଠାରୁ ସମସ୍ତ ଭକ୍ତମାନେ ଶାଳୀନତା ଭାବେ ପୋଷାକ ପରିଧାନ ନିୟମକୁ ଅଧିକାଂଶରେ ଆନୁପାଳନ କରିଥିବା ବେଳେ ପଲିଥିନ ଉପରେ ହୋଇପାରିନାହିଁ ନିୟନ୍ତ୍ରଣ । ଅନ୍ୟପଟେ ସ୍ୱତନ୍ତ୍ର ଶୀତତାପ ସେଡ୍ ର ଏସିରେ ସଟସର୍କିଟ ଯୋଗୁଁ ସାମାନ୍ୟ ନିଆଁ ଲାଗିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ନିଁଆକୁ ଆୟତ୍ତ କରାଯାଇଥିଲା।

Leave A Reply

Your email address will not be published.