କଟକ: ଆଜି କଟକ ସ୍ଥିତ ଟାଉନ୍ ହଲଠାରେ ଆମ୍ ଆଦ୍ମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ୨୦୨୪ ସାଧାରଣ ନିର୍ବାଚନକୁ ନଜର କରି ଆମ୍ ଆଦ୍ମୀ ପାର୍ଟି ନିଜର ରଣନୀତି ଆରମ୍ଭ କରିଛି। ଉଭୟ ଅଫ୍ ଲାଇନ୍ ଏବଂ ଅନଲାଇନ୍ ମାଧ୍ୟମରେ କିପରି ଅଧିକରୁ ଅଧିକ ଲୋକଙ୍କୁ ପାର୍ଟି ସହ ଯୋଡା ଯିବ ତାହା ଉପରେ ବିସ୍ତୃତ ଆଲୋଚନା ହୋଇଛି।
ଦିଲ୍ଲୀରୁ ଆପ୍ ର ଦକ୍ଷ ସଙ୍ଗଠକ(ରାଷ୍ଟ୍ରୀୟ) ତଥା ଯୁବନେତା ନିରଜ ପାଣ୍ଡେ ଆଜି କଟକସ୍ଥିତ ଟାଉନ୍ ହଲରେ ପାର୍ଟିର ସଦସ୍ୟଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରତି ବିଧାନସଭାରୁ ଜଣେ ଲେଖାଏଁ ସକ୍ରିୟ ସଦସ୍ୟ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ। ଆଜିର ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ପରେ, ଆସନ୍ତା ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରତ୍ୟେକ ବିଧାନ ସଭାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି। ଏହା ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲେଇବା ପୂର୍ବରୁ ଏକ ପ୍ରକାର ସାଂଗଠାନିକ ପ୍ରସ୍ତୁତି ବୋଲି ଦିଲ୍ଲୀରୁ ଆସିଥିବା ନିରଜ ପାଣ୍ଡେ ମତବ୍ୟକ୍ତ କରିଥିଲେ।
Comments are closed.