Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିଫ୍ ଇଞ୍ଜିନିୟର

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିଲାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିଫ୍ ଇଞ୍ଜିନିୟର ରବିନରାୟନ ପୃଷ୍ଟିଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ବରର ପଟିଆ, ଜାଗମରା, ଖଣ୍ଡଗିରି, ନୟାପଲ୍ଲୀ, ଶ୍ରୀକ୍ଷେତ୍ର ନିବାସ ଓ ଗଞ୍ଜାମର ଗୋଟିଏ ସ୍ଥାନରେ ଚଢ଼ାଉ ଜାରି ରହିଛି ।

ରେଡରେ ୮ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର, ୫ ଜଣ ଏଏସଆଇଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ଭୁବନେଶ୍ବର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରଣ୍ଟ ଆଧାରରେ ରେଡ୍ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପୁରୀ, ଭୁବନେଶ୍ବର, ନଖରାରେ ଗୋଟିଏ ଲେଖାଏଁ ପ୍ଲଟ, ଖଣ୍ଡଗିରିରେ ଗୋଟିଏ ଦୋକାନ, ଖୋର୍ଦ୍ଧାର ୩ଟି ସ୍ଥାନରେ ୩ଟି ପ୍ଲଟ ସହ ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ଠାବ ହୋଇଛି । ଏହାସହ ଦୁଇଟି ବାଇକ୍, ଗୋଟିଏ କାର୍ ଓ ପାଖାପାଖି ୩୩୫ ଗ୍ରାମ ସୁନାଗହଣାକୁ ଜବତ କରାଯାଇଛଇ । ଏବେ ବି ରେଡ୍ ଜାରି ରହିଛି ।

Comments are closed, but trackbacks and pingbacks are open.