ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇଙ୍କ ପରଲୋକ ହୋଇଛି। ଦୁଇ ଦିନ ତଳେ ତାଙ୍କୁ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି କିନ୍ତୁ ସଂଧ୍ଯାରେ ତାଙ୍କର ରାଜଧାନୀ ସ୍ଥିତ କେୟାର ହସ୍ପିଟାଲରେ ପରଲୋକ ଘଟିଛି।
ରାଜନୀତିରେ ପାଦ ଥାପିବା ପୂର୍ବରୁ ନୂଆପଡ଼ାର ସହକାରୀ ଉପଜିଲ୍ଲାପାଳ ଥିଲେ ମହେନ୍ଦ୍ର ବଢ଼େଇ । ସେ ସ୍ୱେଚ୍ଛାକୃତ ଅବସର ଭାବେ ଅବସର ନେବା ପରେ ବିଜେଡିରେ ଯୋଗ ଦେଇଥିଲେ।
ମହେନ୍ଦ୍ର ପଦ୍ମପୁରର ବାସିନ୍ଦା। ୧୯୯୭ ମସିହାରେ ଫିସଫେଡର ମାର୍କେଟିଂ ଅଫିସର ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ମହେନ୍ଦ୍ର । ୨୦୨୦ରେ ସେ ବିଭାଗୀୟ ପଦୋନ୍ନତି ପାଇ ଓଏଏସ କ୍ୟାଡରରେ ସାମିଲ ହୋଇଥିଲା। ମହେନ୍ଦ୍ର ଭୁବନେଶ୍ୱର ମହାନଗର ନିଗମର ଜେଡିସି ଭାବେ କାର୍ଯ୍ୟ କରିଛନ୍ତି।
ଡିସେମ୍ବର ୨୦୨୨ରେ ହୋଇଥିବା ପଦ୍ମପୁର ଉପନିର୍ବାଚନରେ ଦଳର ବିଜୟରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଚାକିରିରୁ ଅବସର ନେବା ପରେ ସେ ପଦ୍ମପୁର ଉପନିର୍ବାଚନରେ ବିଧାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା।
Comments are closed.