Latest Odisha News

ରାଜ୍ୟରେ ପୁଣି ନୂଆ କରି ଗଢା ହେବ ଓସଡମା

ଭୁବନେଶ୍ବର: ରାଜ୍ୟରେ ପୁନଃଗଠନ ହେବ ଓସଡମା ବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଓସଡମା ଜାରି କରିଥିବା ବିଜ୍ଞପ୍ତିରେ ୧୦୨ କର୍ମଚାରୀଙ୍କ ମଧ୍ୟରୁ ୧୦ ପୋଷ୍ଟ ରଦ୍ଦ ହୋଇଛି । ୩୭ ନୂଆ ପଦବୀ ସୃଷ୍ଟି କରାଯାଇଛି । ଓସଡମା ପୁନଃଗଠନ ପରେ ଏହାର କର୍ମଚାରୀ ସଂଖ୍ୟା ୧୨୯ ହେବ । ଏଥିସହିତ ୪ଟି ବ୍ୟାପକ ବିଭାଗ ରହିବ । ସାଧାରଣ ବିଭାଗ, ଦକ୍ଷତା ବିକାଶ ବିଭାଗ, ପ୍ରକଳ୍ପ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଅର୍ଥ ବିଭାଗ ରହିଛି ।

ତେବେ ଦେଶରେ ପ୍ରଥମ କରି ବିପର୍ଯ୍ୟୟକୁ ସାମ୍ନା କରିବାକୁ ଓଡିଶା ସରକାର ହିଁ ଗଢିଥିଲେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ । ଯାହା ୧୯୯୯ ମସିହା ବାତ୍ୟା ପରଠାରୁ କାର୍ଯ୍ୟକାରୀ ହୋଇଆସୁଛି । ଏବେ ଦୀର୍ଘ ୨୫ ବର୍ଷ ପରେ ଏହା ପୁନଃଗଠିତ ହେବାକୁ ଯାଉଛି ।

Leave A Reply

Your email address will not be published.