Latest Odisha News

BREAKING NEWS

Revenue Minister On Strike: ଅମଲା ଆନ୍ଦୋଳନ ପଛରେ ରହିଛି ବିଜେଡିର ହାତ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ବର: ଅମଲା ସଂଘ ସହ ଆଲୋଚନା ପରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ। ଅମଲା ଆନ୍ଦୋଳନ ପଛରେ ବିଜେଡିର ହାତ ରହିଛି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, ‘କିଛି ସଂଘର ନେତା ବିଜେଡି ଦ୍ୱାରା ପ୍ରେରିତ ହୋଇ ଆନ୍ଦୋଳନ କରୁଛନ୍ତି। ସେମାନେ କେଉଁ କେଉଁ ନେତାଙ୍କୁ ଭେଟୁଛନ୍ତି, ରିପୋର୍ଟ ମୋ ପାଖେ ଅଛି। ସେମାନେ ସମସ୍ୟାର ସମାଧାନ ଚାହୁଁ ନାହାନ୍ତି। ଅମଲାଙ୍କୁ ଢାଲ କରି ସରକାର ବିରୋଧରେ ଆନ୍ଦୋଳନ କରିବା ଲକ୍ଷ୍ୟ ରହିଛି। ରାଜସ୍ୱ ବିଭାଗ ପାଖରେ ବହୁତ ଅସ୍ତ୍ର ଅଛି ବିରୋଧୀ ସମ୍ଭାଳି ପାରିବେ ନାହିଁ।’

ମନ୍ତ୍ରୀ କହିଛନ୍ତି, ଏଇଟା ମୋ ପରିବାରର ସମସ୍ୟା। ସମାଧାନ ପାଇଁ ସମୟ ଲାଗିବ। ଵିଧି ବ୍ୟବସ୍ଥା ଭିତରେ ହେବ କ୍ୟାଡର ପୁନର୍ଗଠନ ହେବ। ଏହି ପ୍ରକ୍ରିୟା ଶେଷ ସୋପାନରେ ଅଛି। ବିଗତ ସରକାର ଯେତେ ସମସ୍ୟା ଛାଡ଼ିକି ଯାଇଛନ୍ତି ଗୋଟିଏ ଵି ସମସ୍ୟାର ସମଧାନ କରି ନାହାନ୍ତି ଯେଉଁମାନେ ସଂଘକୁ ଭୁଲ ରାସ୍ତାରେ ନେଉଛନ୍ତି। ସେମାନେ ତାଙ୍କୁ ଚିହ୍ନନ୍ତୁ। ସେମାନେ ମଙ୍ଗଳ ଚାହୁଁ ନାହାନ୍ତି, ଲୋକଙ୍କ ହଇରାଣ ନପକେଇ କାର୍ଯ୍ୟରେ ଯୋଗ ଦିଅନ୍ତୁ। କିଛି ଲୋକ ଅଛନ୍ତି ସେମାନେ ଏବେ ଵି ଭାବୁଛନ୍ତି ବିଜେଡି ସରକାର ଚାଲିଛି।

୮ ହଜାର ଅମଲାଙ୍କୁ ଆନ୍ଦୋଳନ କୁ ଓହ୍ଲାଇ ସେମାନେ ଭାବୁଛନ୍ତି ସରକାରକୁ ହଇରାଣ ପକେଇ ଦେବ କ୍ଷମତାରୁ ବାହାରକୁ ଯିବାକୁ ସେମାନେ ହଜମ କରି ପାରୁ ନାହାନ୍ତି ମୁଁ ପୁରା ବିଜେଡିକୁ କାଠଗଡ଼ରେ ଛିଡା କରିବାକୁ ଚାହେଁ ନାହିଁ। କିନ୍ତୁ ସେ ସରକାରରେ ଯେଉଁମାନେ ପାୱାରଫୁଲ ସମ୍ପୂର୍ଣ୍ଣ କ୍ଷମତାକୁ ଉପଭୋଗ କରୁଥିଲେ, ସେମାନେ ହଜମ କରି ପାରୁ ନାହାନ୍ତି। କେମିତି ଏଇ ସରକାର ଗଲେ ସେମାନେ ପୁଣି କ୍ଷମତାକୁ ପଳେଇ ଆସିବେ। ହେଲେ ସେମାନଙ୍କୁ ଜଣା ନାହିଁ ଯେ ଏ ସରକାର ଯିବାର ନାହିଁ।

ବିଭିନ୍ନ ଜିଲ୍ଲାର ଅମଲା କର୍ମଚାରୀ ଆସିଥିଲେ। ସେମାନେ କହୁଥିଲେ ସଂଘର ନେତା ଆମକୁ କିଛି କହୁନାହାନ୍ତି। ସୋମବାର ସେମାନେ କାର୍ଯ୍ୟରେ ଯୋଗ ଦେବାକୁ ରାଜି ହୋଇଛନ୍ତି। ଯେଉଁମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ଏବେ ସରକାର ଅସ୍ତ୍ର ବ୍ୟବହାର କରୁନାହାନ୍ତି। ଯଦି ସେମାନେ ସୁଧୁରିବେ ନାହିଁ। ସରକାରକୁ ଅପଦସ୍ତ କରିବାକୁ ଚେଷ୍ଟା କରିବେ। ତାହେଲେ ରାଜସ୍ବ ବିଭାଗ ପାଖରେ ବହୁତ ଅସ୍ତ୍ର ଅଛି ସେମାନଙ୍କୁ ଶିକ୍ଷା ଦେବା ପାଇଁ। ସେତେବେଳକୁ ସେମାନେ ସମ୍ଭାଳିବା ପାରିବେ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ।

Comments are closed.