Latest Odisha News

BREAKING NEWS

ଏସବୁ ରାଜ୍ୟରେ ଅଗଷ୍ଟ ୩୧ ଯାଏଁ ଲକଡାଉନ୍ ଅବଧି ବୃଦ୍ଧି

ପୁଡୁଚେରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଡୁଚେରୀରେ ବଢ଼ିଲା ଲକଡାଉନ୍ ଅବଧି । ଆସନ୍ତା ୩୧ ତାରିଖ ଯାଏଁ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ । ତେବେ କିଛି କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି ।

BjdElectrycity

ସକାଳ ୬ଟାରୁ ରାତି ୯ଟା ଯାଏଁ ଖୋଲିବ ଦୋକାନ ବଜାର । ତେବେ ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି କରିବାକୁ ଘୋଷଣା କରିଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ।

କରୋନା ସଂକ୍ରମଣ ବଢୁଥିବାରୁ ବିଭିନ୍ନ ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ଅଗଷ୍ଟ ୩୧ ଯାଏଁ ବୃଦ୍ଧି କରି ସାରିଛନ୍ତି । ପୂର୍ବରୁ ତାମିଲନାଡୁ, ମହାରାଷ୍ଟ୍ର, ନାଗାଲାଣ୍ଡ, ଝାଡ଼ଖଣ୍ଡ ଅଗଷ୍ଟ ମାସ ଶେଷ ଯାଏ ଲକଡାଉନ୍ ଘୋଷଣା କରିଛନ୍ତି । ଅଗଷ୍ଟ ୧୬ ଯାଏ ବିହାରରେ ଲକଡାଉନ୍ କଟକଣା ବଳବତ୍ତର ରହିବ । ପଶ୍ଚିମବଙ୍ଗରେ ଅଗଷ୍ଟ ଯାଏ ସାପ୍ତାହିକ ସଟଡାଉନ୍ ଘୋଷଣା ହୋଇଛି ।

Leave A Reply

Your email address will not be published.