Latest Odisha News

BREAKING NEWS

ଭୁଶୁଡ଼ିଲା ନିର୍ମାଣଧିନ କୋଠା: ୨ ମୃତ

ଲାକନୋ: ଉତ୍ତର ପ୍ରଦେଶର ନୋଏଡା ସେକ୍ଟର୧୧ ରେ ଶୁକ୍ରବାର ଦିନ ଏକ ନିର୍ମାଣଧିନ କୋଠା ଭୁଶୁଡି ପଡିଛି । ଏହାଫଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏକ ଘରୋଇ ସଂସ୍ଥା ପକ୍ଷରୁ ଏହି କୋଠା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଏଭଳି ଅଘଟଣ ଘଟିଛି।

ଖବର ପାଇ ସ୍ଥାନୀୟ ପୋଲିସ ଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଘଟଣାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ବିଲ୍ଡିଂରେ ସୋଲାର ପ୍ୟାନେଲ କାମ ଚାଲିଥିବା ବେଳେ କୌଣସି କାରଣରୁ ଏହା ଭୁଶୁଡି ପଡିଥିବା କୁହାଯାଇଛି । ମାତ୍ର ତଦନ୍ତ ପରେ ଏହାର ସ୍ପଷ୍ଟ କାରଣ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.