Latest Odisha News

BREAKING NEWS

କମିଶନରେଟ୍ ପୋଲିସର କଡା ନିୟମ; ଫିଟ୍ ରୁହ ନଚେତ୍ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: କୋଭିଡ-୧୯ ସମୟରେ କରୋନା ଯୋଦ୍ଧା ପାଲଟିଥିବା ପୋଲିସ ବାବୁ ମାନଙ୍କୁ ଫିଟ୍ ରହିବାକୁ ପଡିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଲାଗି ସମସ୍ତ ପୋଲିସ କର୍ମୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି କମିଶନରେଟ୍ ପୋଲିସ।

BjdElectrycity

ପ୍ରାପ୍ତ ସୂଚନାନୁଯାୟୀ ଏଥର ପୋଲିସ ବାବୁ ମାନେ ଫିଟ୍ ନ ରହିଲେ ସେମାନଙ୍କର ଇନକ୍ରିମେଣ୍ଟ ବନ୍ଦ ହେବା ସହ ଦରକାର ପଡିଲେ ବାଧ୍ୟତାମୂଳକ ଅବସର ମଧ୍ୟ ନେବାକୁ ପଡିପାରେ।

କମିଶନରେଟ୍ ପୋଲିସ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁଯାୟୀ ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମପା ଯିବ । ପରବର୍ତ୍ତୀ ସମୟରେ ବୟସ ଓ ଉଚ୍ଚତା ତୁଳନାରେ ଆନୁପାତିକ ଓଜନ କେତେ ହେବ, ସେନେଇ ଜଣାଇ ଦିଆଯିବ । ଏହି ପ୍ରକ୍ରିୟା ଜୁଲାଇ ୩୦ ତାରିଖ ମଧ୍ୟରେ ଶେଷ କରାଯିବ ।

ପରବର୍ତ୍ତୀ ସମୟରେ ତିନି ମାସ ତଥା ନଭେମ୍ବରରେ ପୁଣି ଥରେ ଓଜନ ମପାଯିବ । ସେ ସମୟରେ ପୋଲିସ କର୍ମୀମାନଙ୍କର ବଡି ମାସ୍ ଇନଡେକ୍ସ ୩୦ ଭିତରେ ରହିବା ଅବଶ୍ୟକ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.