Latest Odisha News

BREAKING NEWS

କରୋନା ଟୀକା ନଆସିବା ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଧର୍ମେନ୍ଦ୍ରଙ୍କ ପରାମର୍ଶ 

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗୁରୁବାର ଶୁଭାରମ୍ଭ ହୋଇଥିବା ଏକ ଜନଆନ୍ଦୋଳନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ସାମିଲ ହୋଇ ଓଡ଼ିଶାବାସୀଙ୍କୁ ଏହି ଜନଆନ୍ଦୋଳନରେ ସାମିଲ ହେବାକୁ ନିବେଦନ କରିଛନ୍ତି ।

ମାସ୍କକୁ ସଠିକ୍ ଭାବରେ ପିନ୍ଧିବା, ସର୍ବସାଧାରଣ ସ୍ଥାନରେ ଦୁଇ ମିଟର ସାମାଜିକ ଦୂରତା ରଖିବା ଏବଂ ହାତକୁ ସଫା ରଖିବା ପାଇଁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି ଆଗାମୀ ପର୍ବ ପର୍ବାଣୀ ସମୟରେ କରୋନା ମୁକାବିଲାରେ ଜନଭାଗିଦାରୀ ବଢାଇବା ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି ।

କରୋନା ଟୀକା ନଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି, ଏହା ପ୍ରଧାନମନ୍ତ୍ରୀଙ୍କ ମୂଳ ଆହ୍ୱାନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନରେ ସମସ୍ତେ ନିଜକୁ କରୋନାରୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ପାଳନ କଲେ ଏହି କରୋନା ଯୁଦ୍ଧରେ ସମସ୍ତେ ବିଜୟୀ ହୋଇପାରିବା ବୋଲି ସେ କହଛନ୍ତି ।

Leave A Reply

Your email address will not be published.