Latest Odisha News

ଆମେରିକାର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କଣ ରହିଛି ନୂଆ ନିୟମ?

ସେପ୍ଟେମ୍ବର ୨୯ରେ ଓହିଓର କ୍ଲିଭ୍‌ଲ୍ୟାଣ୍ଡରେ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ଙ୍କ ମଧ୍ୟରେ ପ୍ରଥମ ରାଷ୍ଟ୍ରପତି ବିତର୍କ ପରେ ଏହ‌ାକୁ ନେଇ ଚିନ୍ତା ବଢ଼ିଛି। ହ୍ବାଇଟ୍ ହାଉସ୍‌ର ପରାମର୍ଶଦାତା ଏବଂ ରାଷ୍ଟ୍ରପତି ଟ୍ରମ୍ପ କରୋନା ପଜିଟିଭ୍‌ ଆସିବା ପରେ ବିତର୍କ ଗୃହରେ ନୂଆ ନିୟମ ଲାଗୁ କରାଯାଇଛି।

ତେବେ ଏହି ନୂତନ ନିୟମ ଅନୁଯାୟୀ ପେନ୍ସ ଏବଂ ହାରିସ୍‌ ବିତର୍କ ସମୟରେ ୧୨ ଫୁଟ୍‌, ୩ ଇଞ୍ଚ୍‌ ଲେଖାଏଁ ବ୍ୟବଧାନରେ ବସିବେ। ରିପୋର୍ଟ ମୁତାବକ ସିପିଡି ସେଠାରେ ଉପସ୍ଥିତି ସମସ୍ତ ସଦସ୍ୟଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳ କରିଛନ୍ତି ଏବଂ ଏହାର ଅବମାନନା କରୁଥିବା ଦର୍ଶକଙ୍କୁ ବହିଷ୍କାର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପ୍ରଥମ ରା‌ଷ୍ଟ୍ରପତି ଡିବେଟ୍ ସମୟରେ ଟ୍ରମ୍ପଙ୍କ ପରିବାର ସଦସ୍ୟ ଏବଂ ସହାୟକମାନେ କ୍ଲିଭ୍‌ଲ୍ୟାଣ୍ଡ୍‌ କ୍ଲିନିକ୍‌ ଦ୍ବାରା ସ୍ଥିର ହୋଇଥିବା ନିୟମ ଉଲ୍ଲଘଂନ କରିଥିଲେ। ତେବେ ଉଲ୍ଲେଖନୀୟ ବିଷୟ ହେଉଛି ପେନ୍ସ ହ୍ବାଇଟ୍‌ ହାଉସ୍‌ର କିଛି କୋଭିଡ୍‌ ପରିଜିଟିଭ୍‌ ଥିବା ପରାମର୍ଶଦାତାଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ତାଙ୍କ ରିପୋର୍ଟ କିନ୍ତୁ ବାରମ୍ବାର ନେଗେଟିଭ୍‌ ଆସିଛି।

Leave A Reply

Your email address will not be published.