Latest Odisha News

BREAKING NEWS

Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ

ନୂଆଦିଲ୍ଲୀ:ଭାରତ ନିଜର ନାଗରିକମାନଙ୍କୁ ଇସ୍ରାଏଲ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି। ଆସନ୍ତୁ ଜାଣିବା ଇସ୍ରାଏଲରେ ହଠାତ୍ କ’ଣ ଘଟିଲା ଯାହା ଭାରତକୁ ଏପରି ଆଡଭାଇଜରୀ ଜାରି କରିବାକୁ ପଡିଛି ।

ଇସ୍ରାଏଲରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଭାରତୀୟ ଦୂତାବାସ ପରାମର୍ଶ ଦେଇଛି । ଇରାନ ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏହି ଆଡଭାଇଜରୀ ଜାରି କରିଛି । ବର୍ତ୍ତମାନ ଇସ୍ରାଏଲରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଏବଂ ଇସ୍ରାଏଲୀ କର୍ତ୍ତୃପକ୍ଷ ଏବଂ ହୋମ ଫ୍ରଣ୍ଟ କମାଣ୍ଡ ଦ୍ୱାରା ଜାରି ସୁରକ୍ଷା ନିର୍ଦ୍ଦେଶାବଳୀ ଏବଂ ପ୍ରୋଟୋକଲକୁ କଡ଼ାକଡ଼ି ପାଳନ କରିବାକୁ ଆଡଭାଇଜରୀ ରେ କୁହାଯାଇଛି । ହୋମ୍ ଫ୍ରଣ୍ଟ୍ କମାଣ୍ଡର ଅଫିସିଆଲ୍ ୱେବସାଇଟ୍ (https://oref.org.il/eng) ରୁ ନୂତନ ସୁରକ୍ଷା ନିର୍ଦ୍ଦେଶାବଳୀ, ସତର୍କତା ପ୍ରଣାଳୀ, ନିରାପଦ ସ୍ଥାନ (ସୁରକ୍ଷିତ କୋଠରୀ/ଆଶ୍ରୟସ୍ଥଳ) ଏବଂ ଜରୁରୀକାଳୀନ ପ୍ରକ୍ରିୟା ବିଷୟରେ ସୂଚନା ପାଇବାକୁ ପରାମର୍ଶ ଦିଆଯାଇଛି।

 


ଆଡଭାଇଜରୀରେ ଆହୁରି କୁହାଯାଇଛି ଯେ, ଭାରତୀୟ ନାଗରିକଙ୍କୁ ଇସ୍ରାଏଲରେ ଅନାବଶ୍ୟକୀୟ ଯାତ୍ରା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି। କୌଣସି ବି ଜରୁରିକାଳୀନ ସ୍ଥିତିରେ ,ଭାରତୀୟ ନାଗରିକ ଭାରତୀୟ ଦୂତାବାସର ଚବିଶ ଘଣ୍ଟିଆ ହେଲ୍ପଲାଇନ୍ ( ଟେଲିଫୋନ୍ + 972-54-7520711, +972-54-3278392 ) ରେ ସଂପର୍କ କରି ପାରିବେ। ଇମେଲ : cons1.telaviv@mea.gov.in ରହିଛି ।

ପୂର୍ବରୁ, ଭାରତ ସରକାର ଜାନୁଆରୀ ୧୫ ରେ ଏକ ଆଡଭାଇଜରୀ ଜାରି କରି ନିଜର ନାଗରିକମାନଙ୍କୁ ଇରାନ ଛାଡିବାକୁ ଅନୁରୋଧ କରିଥିଲେ। ଇରାନରେ ଉତ୍ତେଜନା ବୃଦ୍ଧି ଏବଂ ସୁରକ୍ଷା ଚିନ୍ତାକୁ ବିଚାରକୁ ନେଇ, ଇରାନରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଯୋଜନା କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ବର୍ତ୍ତମାନର ପରିସ୍ଥିତି ଯୋଗୁଁ ଭାରତ ଫେରିବାକୁ ଚାହୁଁଥିବା ନାଗରିକଙ୍କ ତଥ୍ୟ ଏବଂ ବିବରଣୀ ସଂଗ୍ରହ କରିବା ପ୍ରକ୍ରିୟା ଚାଲୁ ରଖିଥିବା କୁହାଯାଉଛି।

Comments are closed.