ଇନ୍ଦୋର: ସାରା ପୃଥିବୀରେ ଓମିକ୍ରନ ଆତଙ୍କ ସୃଷ୍ଟି କରିଥିବା ବେଳେ କରୋନାର ଆଉ ଏକ ନୂଆ ଭେରିଅଣ୍ଟ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଏହା ଦେଖିବାକୁ ମିଳିଛି । ଏହାର ନାମ ବିଏ-୨ ପୋଲି ଜଣାପଡ଼ିଛି । ଏହି ନୂଆ ଭେରିଅଣ୍ଟରେ ଭୋପାଳର ୧୬ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଛୋଟପିଲା ଅଛନ୍ତି ୬ ଜଣ ।
ଏହା କେବଳ ଆମଦେଶ ଭାରତରେ ନୁହେଁ ବ୍ରିଟେନ୍, ଅଷ୍ଟ୍ରେଲିଆ ଓ ଡେନମାର୍କ ଦେଶରେ ମଧ୍ୟ ବିଏ-୨ର ମାମଲା ସାମନାକୁ ଆସିଛି । ଏହି ଭେରିଏଣ୍ଟ ଓମିକ୍ରନ୍ ପରି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟେଷ୍ଟ କିଟରେ ବି ଏହା ଜଣାପଡ଼ୁ ନାହିଁ । ବ୍ରିଟେନ୍, ସ୍ଵିଡେନ ଓ ସିଙ୍ଗାପୁରରୁ ୧୦୦ରୁ ଅଧିକ ନମୁନା ଯାଞ୍ଚ ପାଇଁ ପଠାଯାଇଛି ।
ଏହି ନୂତନ ଭେରିଏଣ୍ଟର ମାମଲା ପ୍ରଥମେ କେଉଁଠି ଦେଖା ଦେଇଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ । ବ୍ରିଟେନ ସ୍ଵାସ୍ଥ୍ୟ ସୁରକ୍ଷା ସଂସ୍ଥା ଅନୁସାରେ ବ୍ରିଟେନରେ ପ୍ରଥମ ଥର ପାଇଁ ୬ ଡିସେମ୍ବର ୨୦୨୧ରେ ‘ଷ୍ଟେଲ୍ଥ‘ ଭେରିଏଣ୍ଟ ବିଷୟରେ ଜଣା ପଡିଥିଲା । ସେଠାରେ ଏହାର ୪୨୬ଟି ମାମଲା ଥିବା ଜଣାପଡିଛି । ଏହା ଓମିକ୍ରନ ପରି ସଂକ୍ରାମକ ଅଟେ କିନ୍ତୁ ଏପର୍ୟ୍ୟନ୍ତ ଜଣା ପଡି ନାହିଁ ଯେ ଏହା କେତେ ବିପଦଜନକ ।
Comments are closed.