Latest Odisha News

BREAKING NEWS

କାର୍ ଓ ବାଇକକୁ ପିଟିଲା ଟ୍ରକ୍, ଚାଲିଗଲା ୫ ଜଣଙ୍କ ଜୀବନ

ମୁମ୍ବାଇ: ମହାରାଷ୍ଟ୍ରରେ ଅଭାବନୀୟ ଦୁର୍ଘଟଣା । କାର ଓ ବାଇକକୁ ପିଟିଲା ଟ୍ରକ୍ । କାରରେ ଥିବା ଦୁଇ ଜଣ ଏବଂ ଦୁଇଟି ମୋଟରସାଇକେଲରେ ଯାଉଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି । ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି । ମୃତକମାନେ ପୁଣେ ସହରର ହୋଇଥିବା ଜଣାପଡିଛି ।

ଡ୍ରାଇଭର ଜଣକ ନିୟନ୍ତ୍ରୀଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ପରେ ଡ୍ରାଇଭର ଜଣକ ଫେରାର ହୋଇଯାଇଛନ୍ତି । ଫେରାର ଟ୍ରକ ଡ୍ରାଇଭରକୁ ପୁଲିସ ଖୋଜୁଥିବାବେଳେ ତାଙ୍କ ବିରୋଧରେ ଶିକରାପୁର ପୁଲିସ ଷ୍ଟେସନରେ ଆଇପିସି ଏବଂ ମୋଟର ଯାନ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

Comments are closed, but trackbacks and pingbacks are open.