Latest Odisha News

BREAKING NEWS

“ଧର୍ମାନ୍ଧତା, ଆତଙ୍କବାଦରେ ଲିପ୍ତ, ଋଣ ମାଗି…”: ୟୁଏନଏସସିରେ ପାକିସ୍ତାନକୁ ଔକାତ୍ ଦେଖାଇଲା ଭାରତ…..

ନୂଆଦିଲ୍ଲୀ: ଭାରତ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ପାକିସ୍ତାନକୁ ପୁଣି ନିଜର ସ୍ଥାନ ଦେଖାଇଛି ଭାରତ । ଭାରତ ବିଶ୍ୱ ମଞ୍ଚରେ ପାକିସ୍ତାନକୁ ‘ମୂଳବାଦ ଏବଂ ଆତଙ୍କବାଦରେ ବୁଡ଼ି ରହିଥିବା ଦେଶ’ ଭାବରେ ବର୍ଣ୍ଣନା କରିଛି । ଏହା ସହିତ, ଏହା କହିଛି ଯେ ସୀମାପାର ଆତଙ୍କବାଦ ପ୍ରସାର ପାଇଁ ପାକିସ୍ତାନକୁ ନିଶ୍ଚିତ ଭାବରେ ମୂଲ୍ୟ ଦେବାକୁ ପଡିବ ।

ପାକିସ୍ତାନ ନିଜେ ଅଧ୍ୟକ୍ଷତା କରୁଥିବା ଜାତିସଂଘ ସୁରକ୍ଷା ପରିଷଦ (UNSC) ବୈଠକରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା। ଯାହା ଅନ୍ୟ ରାଷ୍ଟ୍ରମାନଙ୍କୁ ବି ଛକିତ କରିଥିଲା । ଭାରତ କହିଛି ଯେ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶଗୁଡ଼ିକୁ ଗମ୍ଭୀର ମୂଲ୍ୟ ଦେବାକୁ ପଡ଼ିବ । ଏଥିସହିତ ପାକିସ୍ତାନକୁ ଭତ୍ସନା କରି, ପାକିସ୍ତାନ ମୌଳବାଦ ଏବଂ ଆତଙ୍କବାଦରେ ବୁଡ଼ି ରହିଥିବା ଏକ କ୍ରମିକ ଋଣୀ ବୋଲି କହିଛି ଭାରତ ।

ଏହାକୁ ନେଇ ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧି ହରିଶ ପାରବତନେନୀ କହିଛନ୍ତି, ଯେତେବେଳେ ଆମେ ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ବିଷୟରେ କଥା ହେଉଛୁ, ସେତେବେଳେ ଏହା ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ ଯେ ବିଶ୍ୱ ସ୍ତରରେ କିଛି ମୌଳିକ ନୀତିକୁ ସମ୍ମାନ କରାଯିବା ଉଚିତ, ଯାହା ମଧ୍ୟରୁ ଗୋଟିଏ ହେଉଛି ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା। ହରିଶ ଜାତିସଂଘ ସୁରକ୍ଷା ପରିଷଦର ଉଚ୍ଚସ୍ତରୀୟ ଖୋଲା ବିତର୍କରେ ଏହି ବକ୍ତବ୍ୟ ଦେଇଥିଲେ, ଯାହାର ବିଷୟବସ୍ତୁ ଥିଲା, “ବହୁପାକ୍ଷିକତା ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ମାଧ୍ୟମରେ ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷାକୁ ପ୍ରୋତ୍ସାହିତ କରିବା”। ତେବେ ପାକିସ୍ତାନ ଜୁଲାଇ ମାସରୁ ଏହି ୧୫ ସଦସ୍ୟ ବିଶିଷ୍ଟ ପରିଷଦର ଅଧ୍ୟକ୍ଷତା କରିଆସୁଛି।

ଏଥିସହିତ ଏହି ବୈଠକରେ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାର ଜମ୍ମୁ-କାଶ୍ମୀର ଏବଂ ସିନ୍ଧୁ ଜଳ ଚୁକ୍ତିନାମା ପ୍ରସଙ୍ଗ ଉଠାଇଥିଲେ। ଏହାର ଜବାବରେ ମଧ୍ୟ ଭାରତ କଡ଼ା ପ୍ରତିକ୍ରିୟା ଦେଇଥିଲା। ଏହା ପରେ ପାକିସ୍ତାନ ପାଟି ପୂରା ଚୂପ ହୋଇଯାଇଥିଲା ।

Comments are closed.