Latest Odisha News

BREAKING NEWS

ଶିକ୍ଷକଙ୍କୁ ଦୁର୍ବ୍ୟବହାର କଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ କରୋନା ବିରୋଧୀ ଲଢେଇରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଯୋଦ୍ଧା ଭଳି ନିଜକୁ ଉତ୍ସର୍ଗ କରିଛନ୍ତି । ସେମାନଙ୍କୁ ଦୁର୍ବ୍ୟବହାର ବରଦାସ୍ତ କରାଯିବନି, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ଚେତାଇ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, କରୋନା ବିରୋଧୀ ସଂଗ୍ରାମରେ ରାଜ୍ୟର ୬୨ ହଜାର ୪୩୬ ଜଣ ଶିକ୍ଷକ/ଶିକ୍ଷୟତ୍ରୀ ନିୟୋଜିତ ହୋଇଛନ୍ତି । ମାତ୍ର କିଛି କୋଭିଡ କେନ୍ଦ୍ରରେ ଅସାମାଜିକ ବ୍ୟକ୍ତି ମାନେ ଦାୟିତ୍ୱ ନିର୍ବାହ କରୁଥିବା ଶିକ୍ଷକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆସିଛି ।

ଗଂଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଳକ କ୍ଷେତ୍ରମୁଣ୍ଡାଳି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ନାୟକଙ୍କୁ ଅସଦାଚରଣ କରାଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ୍ ତୋଟାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଲଷ୍ମୀଧର ପରିଡାଙ୍କୁ ଶାରିରୀକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.