ସିଡନୀ: ଭାରତ ବିପକ୍ଷ ସିଡନୀ ଟେଷ୍ଟରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ଷ୍ଟିଭ୍ ସ୍ମିଥ୍ । ତୃତୀୟ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ ମାରି ସଚିନ ତେନ୍ଦୁଲକର, ବିରାଟ କୋହଲି, ଜ୍ୟାକ୍ କାଲିସଙ୍କ ଭଳି ମହାନ୍ କ୍ରିକେଟରଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ୧୦ ଥର ଗୋଟିଏ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ ହାସଲ କରିଛନ୍ତି । ସିଡନୀରେ ପ୍ରଥମ ଇନିଂସରେ ସ୍ମିଥ ୧୩୧ ରନ୍ ଓ ଦ୍ୱିତୀୟ ଇନିଂସରେ ୮୧ ରନ୍ ହାସଲ କରିଛନ୍ତି ।
ଗୋଟିଏ ଟେଷ୍ଟ ମ୍ୟାଚରେ ଶତକ ଓ ଅର୍ଦ୍ଧଶତକ କରିବା ମାମଲାରେ ଜ୍ୟାକ୍ କାଲିସ, ବିରାଟ କୋହଲି, ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ଏଲନ୍ ବର୍ଡର, ଆଲିଷ୍ଟର କୁକ୍ ଓ କୁମାରା ସାଙ୍ଗାକାରାଙ୍କ ଭଳି କ୍ରିକେଟରଙ୍କୁ ପଛରେ ଛାଡ଼ି ଦେଇଛନ୍ତି । ପୂର୍ବରୁ ଦକ୍ଷିଣ ଆଫ୍ରିକାର ମହାନ ଅଲରାଉଣ୍ଡର ଜ୍ୟାକ କାଲିସ ସର୍ବାଧିକ ୯ଥର ଏହି ସଫଳତା ହାସଲ କରିଥିଲେ ।

ଗୋଟିଏ ଟେଷ୍ଟରେ ସର୍ବାଧିକ ଶତକ ଓ ଅର୍ଦ୍ଧଶତକ ମାରିଥିବା କ୍ରିକେଟର
ଷ୍ଟିଭେନ୍ ସ୍ମିଥ (ଅଷ୍ଟ୍ରେଲିଆ)- ୧୦ ଥର
ଜ୍ୟାକ୍ କାଲିସ (ଦକ୍ଷିଣ ଆଫ୍ରିକା)- ୯ଥର
ଆଲିଷ୍ଟର କୁକ୍ (ଇଂଲଣ୍ଡ)- ୮ଥର
ବିରାଟ କୋହଲି, ସଚିନ ତେନ୍ଦୁଲକର (ଭାରତ)- ୭ଥର
ରିକି ପଣ୍ଟିଂ (ଅଷ୍ଟ୍ରେଲିଆ)- ୭ ଥର
କୁମାରା ସାଙ୍ଗାକାର (ଶ୍ରୀଲଙ୍କା)- ୭ ଥର
ଏଲନ ବର୍ଡର(ଅଷ୍ଟ୍ରେଲିଆ)- ୭ ଥର
BREAKING NEWS
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
Comments are closed.