ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲ (ଆଇଏସଏଲ)ର ଆଗାମୀ ସଂସ୍କରଣରେ ଓଡିଶା ଏଫସିର ନେତୃତ୍ୱ ନେବେ ଷ୍ଟିଭେନ ଟେଲର । ଶନିବାର ଆୟୋଜିତ ଦଳୀୟ ବୈଠକରେ ମୁଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟର ଏ ନେଇ ସୂଚନା ଦେଇଛନ୍ତ । ନିଉ କ୍ୟାସଲ ୟୁନାଇଟେଡର ପୂର୍ବତନ ଡିଫେଣ୍ଡରଙ୍କ ଅଭିଜ୍ଞତା ଦଳକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ଷ୍ଟିଭେନ ତାଙ୍କୁ ପ୍ରଦାନ କରାଯାଇଥିବା ଗୁରୁ ଦାୟିତ୍ୱ ସଫଳତାର ସହ ତୁଲାଇବେ ବୋଲି କହିଛନ୍ତି । ୨୩ ନଭେମ୍ବରରେ ହାଇଦ୍ରାବାଦ ଏଫସି ବିପକ୍ଷରେ ଓଡିଶା ଏଫସି ଅଭିଯାନ ଆରମ୍ଭ କରିବ । ପ୍ରଶିକ୍ଷଣ ଶିବିରରେ ମଧ୍ୟ ଷ୍ଟିଭେନ ଯୁବ ଖେଳାଳିଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଉଥିବା ଦେଖିବାକୁ ମିିଳିଥିଲା । ନିଜ ପ୍ରଦର୍ଶନ ଉପରେ ବିଶ୍ୱାସ ରଖିଲେ ସବୁ କିଛି ସମ୍ଭବ ବୋଲି ଏହି ଅଭିଜ୍ଞ ଡିଫେଣ୍ଡରଜଣଙ୍କ କହିଛନ୍ତି ।
BREAKING NEWS
- ୬୭ ବଲ ବାକି ଥାଇ ଗୁଜରାଟକୁ ହରାଇଲା ଦିଲ୍ଲୀ
- ଟାଇମ ମାଗାଜିନର ପ୍ରଭାବଶାଳୀ ବ୍ୟକ୍ତଙ୍କ ମଧ୍ୟରେ ସାକ୍ଷୀ, ଆଲିୟା
- ବିଜେପିରେ ଯୋଗ ଦେଲେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ତ୍ରିପାଠୀ
- ଥରେ ନୁହେଁ, ପଶ୍ଚିମ ଓଡିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ସମୀର ମହାନ୍ତି
- ବଣାଇ ସାଙ୍ଗଠନିକ ଜିଲ୍ଲା ସଭାପତି ଅନିଲ କୁମାର ବାର୍ଲାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
- ଆଇପିଏଲରେ ଗୁଜରାଟର ସବୁଠାରୁ କମ ସ୍କୋର
- ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ୨୦ ଯୋଡ଼ା ସ୍ୱତନ୍ତ୍ର ଗ୍ରୀଷ୍ମ କାଳୀନ ଟ୍ରେନ
- ଅବସର ପରେ ବି ଆଇପିଏଲରେ କମାଲ କରୁଛନ୍ତି ଏହି କ୍ରିକେଟର
- ସରକାରୀ ଅର୍ଥର ପ୍ରଲୋଭନ ଓ ଚାପ ପକାଇ କିଛି ମୁଷ୍ଟିମେୟ ମିଶନଶକ୍ତିର ଅଧିକାରୀ ମା’ମାନଙ୍କୁ ରାଜନୈତିକ କାର୍ଯ୍ୟରେ ଲଗାଉଛନ୍ତି: ବିଜେପି
- ଶଙ୍ଖ ଫୁଙ୍କିଲେ ଅନୁଗୁଳର ବିଶିଷ୍ଟ ଶିକ୍ଷାବିତ ମହେଶ ଚନ୍ଦ୍ର ଓ ବଡ଼ଚଣାର କ୍ୟାପଟେନ ରାଜନାରାୟଣ ମହାପାତ୍ର