Latest Odisha News

BREAKING NEWS

୫୫ ବର୍ଷ ତଳର ପୁରୁଣା ଫଟୋ ଖୋଜି ପାଇଲେ ଡ୍ରିିମ ଗାର୍ଲ

ମୁମ୍ବାଇ: ଡ୍ରିମ ଗାର୍ଲ ହେମା ମାଳିନୀ ତାଙ୍କ ଆତ୍ମଜୀବନୀ ପାଇଁ ୫୫ ବର୍ଷ ତଳର ଏକ ଫଟୋ ଦୀର୍ଘ ଦିନ ଧରି ଖୋଜି ଆସୁଥିଲେ । ଏବେ ସେହି ଫଟୋ ସେ ପାଇଛନ୍ତି । ସେ ଏଥିନେଇ ଏତେ ମାତ୍ରାରେ ଖୁସି ହୋଇଗଲେ ଯେ, ସୋସିଆଲ ସାଇଟରେ ଏହି ଫଟୋ ଶେୟାର କରିଛନ୍ତି ।

୧୯୬୮ରେ ରାଜକାପୁରଙ୍କ ଫିଲ୍ମ ସପନୋଁ କା ସୌଦାଗର ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ । ତେବେ ଏହା ପୂର୍ବରୁ ଏକ ତାମିଲ ପତ୍ରିକା ପାଇଁ ଫଟୋଶୁଟ କରିଥିଲେ । ସେ ସମୟରେ ତାଙ୍କୁ ୧୪ କିମ୍ବା ୧୫ ବର୍ଷ ହୋଇଥିଲା । ରାମ କମଲ ବିୟଣ୍ଡ ଦି ଡ୍ରିମଗାର୍ଲ ନାମରେ ହେମା ମାଳିନୀଙ୍କ ଆତ୍ମଜୀବନୀ ଲେଖୁଛନ୍ତି । ୭୨ ବର୍ଷୀୟା ମଥୁରା ସାଂସଦ ୪ ଦଶକରେ ୧୫୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.