ଭୁୂୂବନେଶ୍ୱର: ପାକିସ୍ତାନୀ ଗୁଇନ୍ଦା କର୍ମଚାରୀଙ୍କ ସହ ଓଟିପି ସେୟାରିଂ ସ୍କାମର ତଦନ୍ତ ଚାଲିଥିବା ବେଳେ ବୁଧବାର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଆଉ ଏକ ଗିରଫ କରିଛି।
ଗିରଫ ଯୁବକ ଜଣକ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହିତାମା ଗ୍ରାମର ପ୍ରଦ୍ୟୁମ୍ନ କୁମାର ସାହୁ(୩୨)। ଗ୍ରାଜୁଏସନ ପୂର୍ବରୁ ବିଭିନ୍ନ ଘରୋଇ ଟେଲିକମ୍ କମ୍ପାନୀର ସେଲ୍ସ ଏକ୍ଜିକ୍ୟୁଟିଭ୍ ଭାବେ କାମ କରିଥିଲେ। ଏବେ ସେ ଏକ ଫାଷ୍ଟାଗ୍ କମ୍ପାନୀରେ ଚାକିରି କରୁଥିବା ଏସଟିଏଫ ସୂଚନା ଦେଇଛି।
ଅପରାଧ ଓ ଦେଶ ବିରୋଧୀ ତତ୍ତ୍ୱଙ୍କ ସହ ଓଟିପି ବିକ୍ରି ଓ ସେୟାର କରିବା ଅଭିଯୋଗରେ ଏସଟିଏଫ୍ ତିନି ଜଣ ବ୍ୟକ୍ତି ପଠାଣିସାମନ୍ତ ଲେଙ୍କା, ସରୋଜ କୁମାର ନାୟକ, ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ କରିଛି। ଉଲ୍ଲେଖଯୋଗ୍ୟ, ଗିରଫ ସନ୍ଦିଗ୍ଧଙ୍କ ମଧ୍ୟରେ ଜଣେ ଆଇଟିଆଇ ଶିକ୍ଷକ ଅଛନ୍ତି।
ଏହି ଚଢ଼ାଉ ସମୟରେ ଏସଟିଏଫ୍ ଗିରଫ ବ୍ୟକ୍ତିଙ୍କ ନିକଟରୁ ଆପଲ୍ ଡିଭାଇସ୍ ସମେତ ୧୯ଟି ମୂଲ୍ୟବାନ ମୋବାଇଲ୍ ଫୋନ୍, ୪୭ଟି ସିମ୍ କାର୍ଡ, ୬୧ଟି ଏଟିଏମ୍ କାର୍ଡ, ୨୩ଟି ସିମ୍ କାର୍ଡ କଭର ଆଦି ଜବତ କରିଛି।
ତଦନ୍ତରୁ ଜଣାପଡିଛି ଯେ ସାହୁ ୫୦୦ ରୁ ଅଧିକ ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ ଏବଂ ୧୫୦ରୁ ଅଧିକ ପ୍ରି-ଆକ୍ଟିଭେଟେଡ୍ ପେଟିଏମ୍ ୱାଲେଟ୍ ପଠାଣି ସାମନ୍ତ ଲେଙ୍କାଙ୍କୁ ଯୋଗାଇ ଦେଇଥିଲା। ଏହି ସିମ୍ କାର୍ଡ ଏବଂ ଓ୍ୱାଲେଟ୍ ପରବର୍ତ୍ତୀ ସମୟରେ ସାଇବର ଅପରାଧୀ ଏବଂ ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ୍ (P୍ରକ୍ସମ୍ପ) ଦ୍ୱାରା ହସ୍ତଗତ ହୋଇଥିଲା। ଏସଟିଏଫ୍ ଆହୁରି ପ୍ରକାଶ କରିଛି ଯେ ଏଥିରୁ କିଛି ସିମ୍ କାର୍ଡ ଏବଂ ଓ୍ୱାଲେଟ ପାକିସ୍ତାନ ଗୁଇନ୍ଦା ଅଫିସର ଏବଂ ଆଇଏସ୍ଆଇ ଏଜେଣ୍ଟମାନେ ବ୍ୟବହାର କରିଥିଲେ, ଯେଉଁଥିରେ ପାକିସ୍ତାନର କରାଚି ଏବଂ ବେଲୁଚିସ୍ତାନରେ ରହୁଥିବା ବ୍ୟକ୍ତିବିଶେଷ ମଧ୍ୟ ସାମିଲ ଥିଲେ।
Comments are closed.