Latest Odisha News

BREAKING NEWS

ବେଆଇନ କାଠ ଚୋରା ଚାଲାଣ

ସଇଁତଳା: ଜଙ୍ଗଲରୁ ବେଆଇନ କାଠ ଚୋରା ଚାଲାଣ ବେଳେ ଧରାପଡ଼ିଲା ଗାଡି । ଅଭିଯୁକ୍ତ ଫେରାର । କିଛି ଦିନ ହେଲା ବଲାଙ୍ଗିରରେ ଚୋରା କାଠ ଚାଲାଣ ହେଉଥିଲା । ଜଙ୍ଗଲରୁ ବେଆଇନ୍ କାଠ ଚାଲାଣ ବେଳେ ସଇଁତଳା ବନ ବିଭାଗ ହାତରେ ଧରା ପଡିଛନ୍ତି ଅଭିଯୁକ୍ତ। ସଇଁତଲା ରେଞ୍ଜ ସ୍ଥିତ କରମତଳା ସେକସନ ଅଞ୍ଚଳରେ ଦୀର୍ଘ ଦିନଧରି ଚାଲିଥିବା ବେଆଇନ କାଠ ଚୋରା ଚାଲାଣ ବେଳେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି l

ଏହି ଘଟଣାରେ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି କାଠ ଓ ଗାଡିକୁ ଜବତ କରି ଘଟଣାର ଖୋଡ଼ତାଳ ଆରମ୍ଭ କରାଯାଇଛି l ଚଳନ୍ତା ଗାଡିରୁ ଡ୍ରାଇଭର ଓ ମାଲିକ ଫେରାର ହୋଇଯାଇଥିଲେ l ଏହାପରେ ବନ ବିଭାଗ ଗାଡିକୁ ଜବତ କରି ସଇଁତଲା ରେଞ୍ଜ ଅଫିସକୁ ଆଣିଥିଲେ l ଘଟଣାର ତଦନ୍ତ ଚାଲିଛି ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଜଣାଯାଇଛି ।।

Leave A Reply

Your email address will not be published.