ଭୁବନେଶ୍ୱର: ଓଡ଼ିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସକୁ ମିଳିଲା ବଡ ସଫଳତା । ବାଲେଶ୍ୱର ନୀଳଗିରିରେ ଚଢ଼ାଉ କରି ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସ୍ଟିଏଫ୍ । ଏଥିସହ ଏହି ଧଳାଜହରର କାରବାରରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି ।
ସୂଚନା ମୁତାବକ, ଗତକାଲି ଖବର ପାଇ ବାଲେଶ୍ୱର ନୀଳଗିରିରେ ଏସ୍ଟିଏଫ୍ ଚଢ଼ାଉ କରିଥିଲା । ୨ ହୋଲସେଲରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨,୭୨୯ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି । ତେବେ ଏହି କାରବାରରେ ଆଉ କାହାର ହାତ ରହିଛି ସେନେଇ ଖୋଲତାଡ ଚାଲିଛି ।
ଗତ ୪ବର୍ଷ ଭିତରେ ରାଜ୍ୟ ପୋଲିସ ମୋଟ ୬ କିଲୋରୁ କମ ବ୍ରାଉନସୁଗର ଜବତ କରି ଥିବା ବେଳେ, ଚଳିତ ବର୍ଷ ୩ ମାସ ମଧ୍ୟରେ ୬ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଏସଟିଏଫ୍ ଧରିବାରେ ସଫଳ ହୋଇଛି ବୋଲି ପୋଲିସ୍ ଡିଜି କହିଛନ୍ତି ।
BREAKING NEWS
- Sabyasachi and Archita:ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲା ଖୁସି ଖବର
- India Brazil Relations: ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ଖୁବ୍ଶୀଘ୍ର ଭାରତ ଗସ୍ତରେ ଆସିବେ…
- ଆସ୍ଥା ହରାଇଲେ ଗୁଡ଼ାରି ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ଶବର, ଅନାସ୍ଥା ସପକ୍ଷରେ ୧୬ ସଦସ୍ୟ
- ସନ୍ତୋଷ ଟ୍ରଫି ଫୁଟବଲ: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମେଘାଳୟଠାରୁ ହାରିଲା ଓଡିଶା
- ଟ୍ରମ୍ପଙ୍କ ‘ଶାନ୍ତି ବୋର୍ଡ’; କାହିଁକି ଦୂରେଇଲା ଭାରତ…
- ୨୦୩୬ ସୁଦ୍ଧା ୯୦ପ୍ରତିଶତ ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ
- କ୍ରୋଏସିଆ ଭାରତୀୟ ଦୂତାବାସରେ ଭଙ୍ଗାରୁଜା; ନିନ୍ଦା କଲା ମନ୍ତ୍ରଣାଳୟ…
- ଓସ୍କାର ୨୦୨୬ ରେସରୁ ବାଦ ପଡିଲା ହୋମବାଉଣ୍ଡ
- ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସରସ୍ଵତୀ ପୂଜା ହେବ, ନମାଜ ମଧ୍ୟ ପଢ଼ାଯିବ…
- Republic Day 2026: ଗଣତନ୍ତ୍ର ଦିବସ ପ୍ୟାରେଡ୍ ଓ ରିହର୍ସଲ ଲାଗି ଟ୍ରାଫିକ କଟକଣା…
Comments are closed.