Latest Odisha News

BREAKING NEWS

ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

ଭୁବନେଶ୍ୱର: ସୋନପୁର ଜିଲ୍ଲା ବିନିକା ବନାଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଓ ଏସଟିଏଫ୍ ଚଢ଼ାଉ କରି ୨ ଜଣଙ୍କୁ ଧରିବା ସହ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଶନିବାର ସନ୍ଧ୍ୟାରେ ବଜ୍ରକାପ୍ତା ବିକ୍ରି ନେଇ ଡୁଙ୍ଗୁରିପାଲି ଛକ ନିକଟରେ ଡିଲ୍ ଚାଲିଥିଲା । ସେହି ସମୟରେ ବନ ବିଭାଗ ଓ ଏସଟିଏଫ୍ ଅଧିକାରୀ ରେଡ୍ କରି ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି ।

ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳର ଅଶୋକ ବିଶି ଓ ଜୟ କୁମାର ପଟେଲ । ସେମାନଙ୍କ ଠାରୁ ବଜ୍ରକାପ୍ତା ଉଦ୍ଧାର ଅନ୍ୟ ଅପରାଧିକ ଜିନିଷ ଜବତ ହୋଇଛି । ଉଦ୍ଧାର ବଜ୍ରକାପ୍ତାକୁ ବିନିକା ବନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଏବେବି ତଦନ୍ତ ଜାରି ରହିଛି ।

୨୦୨୦ ମସିହାରୁ ଏସଟିଏଫ୍ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିବା ବେଳେ ଏଯାଏ ୧୬ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛନ୍ତି । ବାରମ୍ବାର ଏସଟିଏଫ୍ ହାତରେ ବଜ୍ରକାପ୍ତା ଚୋରାଚାଲଣକାରୀ ଧରା ପଡ଼ୁଥିବା ବେଳେ ଚାଲାଣ ଥମିବାର ନାଁ ନେଉନି ।

Leave A Reply

Your email address will not be published.