Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୧୪ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ ଜବତ, ୨ ଜଣଙ୍କୁ ବାନ୍ଧିଲା STF

ଭୁବନେଶ୍ୱର: ବଡ଼ ପରିମାଣର ଜାଲ୍ ନୋଟ୍ ବରଗଡ଼ରୁ ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିପୁଳ ପରିମାଣର ନକଲି ନୋଟ୍ ଜବତ କରିଛି ଏସଟିଏଫ୍ । ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରୁ ୧୪ ଲକ୍ଷ ୨୯ ହଜାର ୫୦୦ ଟଙ୍କାର ନକଲି ନୋଟ୍ ଜବତ ହୋଇଥିବା ବେଳେ ମାମଲାରେ ୨ ଜଣ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ଅଛନ୍ତି ଜଣେ ଆନ୍ତଃରାଜ୍ୟ ଅପରାଧୀ ।

ଉତ୍ତରପ୍ରଦେଶ ଗୋରଖପୁରର ପଟ୍ଟୁ ଯାଦବଙ୍କୁ ଗିରଫ କରାଯାଇଛି । ସେ ସମ୍ବଲପୁର ବୁର୍ଲା ଥାନା ଅଞ୍ଚଳରେ ରହୁଥିଲେ । ମାମଲାରେ ବରଗଡ଼ ବରପାଲି ଥାନା ଅଞ୍ଚଳର ବଳରାମ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ଠାରୁ ନକଲି ନୋଟ୍ ତିଆରି ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଏନେଇ ବରଗଡ଼ ପୋଲିସରେ ଏକ ମାମଲା ରୁଜୁ କରାଯାଇଛି ।

ତେବେ ଏତେ ପରିମାଣର ଜାଲ୍ ନୋଟ ପଛରେ କିଏ ? ୟୁପିରୁ ଓଡ଼ିଶା ଆସୁଥିଲା କି ଜାଲ୍ ନୋଟ୍ ? ଏ ରାକେଟ ସହ ଆଉ କିଏ ଜଡ଼ିତ ? ନକଲି ନୋଟ୍ ଭଳି ଏମିତି ବିଡ଼ା ବିଡ଼ା ପ୍ରଶ୍ନ ଉଠୁଛି । ଯଦିଓ ରାକେଟରେ ଆଉ କିଏ ଜଡ଼ିତ, ଜାଲ୍ ନୋଟକୁ ବଜାରରେ ଛାଡ଼ିବା ନେଇ ଅଭିଯୁକ୍ତ ଯୋଜନା କରିଥିଲେ କି ? ଏସବୁ ଦିଗରେ ତଦନ୍ତ ଜାରି ରଖିଛି ସ୍ପେଶାଲ୍ ଟାସ୍କ ଫୋର୍ସ ।

Leave A Reply

Your email address will not be published.