Latest Odisha News

BREAKING NEWS

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଷ୍ଟିଲ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଷ୍ଟିଲ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ନେଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂ ବୁଧବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଗୁରୁବାର ଶ୍ରୀ ସିଂଙ୍କ ରାଜ୍ୟସଭା ସାଂସଦ ପଦର କାର୍ଯ୍ୟକାଳ ଶେଷ ହେଉଥିବାରୁ ସେ ବୁଧବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଆରସିପି ସିଂ ଏନଡିଏ ସହଯୋଗୀ ଦଳ ଜେଡିୟୁର ସାଂସଦ ଥିଲେ । ସଦ୍ୟ ସମାପ୍ତ ରାଜ୍ୟସଭା ନିର୍ବାଚନରେ ନୀତିଶ ତାଙ୍କୁ ପ୍ରାର୍ଥୀ କରିନଥିଲେ । ସେଥିପାଇଁ ଆରସିପି ବୁଧବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ଗତ ବର୍ଷ ଜୁଲାଇରେ ମୋଦିଙ୍କ ଦ୍ଵିତୀୟ ଭାଗ ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ଜ୍ୟାେତିରାଦିତ୍ୟ ସିନ୍ଧିଆ କ୍ୟାବିନେଟ ମନ୍ତ୍ରୀ ଭାବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦାୟିତ୍ୱ ପାଇଥିଲେ ।

Leave A Reply

Your email address will not be published.