Latest Odisha News

BREAKING NEWS

Indian Pangolin: କ୍ରାଇମବ୍ରାଞ୍ଚ ଏସଟିଏଫ କବ୍‌ଜାରେ ବଜ୍ରକାପ୍ତା ବେପାରୀ, ଲକ୍ଷାଧିକ ଟଙ୍କାର କାତି ଜବତ

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ STF କବ୍‌ଜାରେ ବଜ୍ରକାପ୍ତା ବେପାରୀ। ବୌଦ୍ଧରୁ ଆଣି ଭୁବନେଶ୍ବରରେ ବିକୁଥିବା ବେଳେ ମାଡ଼ିବସିଲା ଏସଟିଏଫ। ଲକ୍ଷାଧିକ ଟଙ୍କାର ବଜ୍ରକାପ୍ତା ଅଙ୍ଗ ଜବତ ସହ ଅଭିଯୁକ୍ତ ଗିରଫ।

ଗିରଫ ବ୍ୟକ୍ତି ହେଲେ ବୌଦ୍ଧ ଜିଲ୍ଲା ଗୋଛାବାଡର ସ୍ବାଭିମାନ ନାୟକ। ସେ ଜୀବନ୍ତ ବଜ୍ରକାପ୍ତା ମାରି ତାର କାତି ବାହାର କରି ବିକ୍ରି କରୁଥିଲା। ଏହାର ସୂଚନା ପାଇ ଏସଟିଏଫ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ଆଉ ଆଜି ବୌଦ୍ଧରୁ ବଜ୍ରକାପ୍ତା କାତି ଆଣି ଭୁବନେଶ୍ବରରେ ବିକୁଥିବା ବେଳେ ମାଡିବସିଲା ଏସଟିଏଫ। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

 

Comments are closed.