Latest Odisha News

BREAKING NEWS

୧୩୦ ଫିଲ୍ମରେ ଅଭିନୟ ପରେ ବି ମିଳିଲାନି ପରିଚୟ

ମୁମ୍ବାଇ : ଛୋଟ ପରଦାରେ ପ୍ରସାରିତ ଧାରାବାହିକ ‘ଭାବିଜୀ ଘର ପର ହୈ’ ଏବେ ଘରେ ଘରେ ପରିଚିତ । ଏଥିରେ ଅଭିନୟ କରିଥିବା ସମସ୍ତ ଛୋଟ ବଡ଼ କଳାକାର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବିଭୂତି ନାରାୟଣ ମିଶ୍ର ଓରଫ ଆଶିଫ ଶେଖ୍ । ଆଶିଫଙ୍କ ଅଭିନୟ କେବଳ ଟିିଭିର ଡ଼େଲିସୋପ୍‌ରେ ସିମୀତ ନୁହେଁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏ ପର୍ଯ୍ୟନ୍ତ ୧୩୦ ଫିଲ୍ମରେ ଅଭିନୟ କରିସାରିଛନ୍ତି ଆଶିଫ୍ । ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ମିଳିପାରିନି ସ୍ୱତନ୍ତ୍ର ପରିଚୟ । ମୋଟ ଉପରେ କହିଲେ କିଛି ଧାରାବାହିକରେ ଦର୍ଶକଙ୍କ ଆଟେନସନ ପାଇ ପାରିଥିବା ଆଶିଫଙ୍କୁ କିନ୍ତୁ ସିଲିଭର ସ୍କ୍ରିନ୍‌ରେ ଦର୍ଶକ ଗୁରୁତ୍ୱ ଦେଇନାହାନ୍ତି । ତେବେ ‘ଭାବିଜୀ ଘର ପର ହୈ’ ଧାରାବାହିକ ତାଙ୍କୁ ଘରେ ଘରେ ପରିଚିତି ଦେଇପାରିଛି ।

ଆଶିଫ ଶେଖ୍ ଡ଼ାକ୍ତର ହେଉ ବୋଲି ତାଙ୍କ ବାପାଙ୍କ ଇଛା ଥିଲା । ହେଲେ ଆଶିଫ ନିଜେ ଅଭିନୟ ଦୁନିଆରେ କ୍ୟାରିୟର କରିବାକୁ ଚାହୁଁଥିଲେ । ସେଥିଲାଗି ଘର ଛାଡ଼ି ପଳାଇ ଆସିଥିଲେ ମୁମ୍ବାଇ । ନିଜର କ୍ୟାରିୟର କରିବାକୁ ତାଙ୍କୁ ବହୁତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା । ଅଭିନୟ ସୁଯୋଗ ପାଇଁ ବୁଲୁ ବୁଲୁ ଦିନେ ଦିନେ ଉପବାସ ଶୋଇବାକୁ ମଧ୍ୟ ପଡ଼ିଛି । ବହୁତ ଚେଷ୍ଟା ପରେ୧୯୮୫ ମସିହାରେ ପ୍ରଥମେ ଏକ ଧାରାବାହିକ ‘ହମ୍ ଲୋଗ୍‌’ରେ ଅଭିନୟ ସୁଯୋଗ ପାଇଲେ । ସେତେବେଳେ ୩ଟା ଏପିସୋଡ଼ ପାଇଁ ତାଙ୍କୁ ପାରିଶ୍ରମିକ ମିଳୁଥିଲା ମାତ୍ର ୧୫୦୦ ଟଙ୍କା । ସେହି ଟଙ୍କାରେ ସେ ସାଙ୍ଗମାନଙ୍କ ସହ ଏକ ଛୋଟ ଘର ଭଡ଼ା ନେଇ ରହୁଥିଲେ । ଖାଇବାକୁ ନ ଥିବାରୁ ସେ ତାଙ୍କର ଚେନ୍ ବିକ୍ରି କରିବାକୁ ବି ବାଧ୍ୟ ହୋଇଥିଲେ । ତଥାପି ଭାଗ୍ୟ ସାଥ୍ ଦେଉ ନ ଥିଲା ।

କାମର ସନ୍ଧାନରେ ଦିନେ ମିର୍ଜା ବଦର୍ସ ପ୍ରଡ଼କ୍ସନ ହାଉସରେ ପହଞ୍ଚିଥିଲେ ଆଶିଫ । ଏହି ପ୍ରଡ଼କ୍ସନ ବ୍ୟାନରରେ ଏକ ନୂଆ ଫିଲ୍‌ମ ଆରମ୍ଭ ହେବାକୁ ଯାଉଥିଲା । ସେଥିରେ କିମି କାଟକରଙ୍କ ସହ ଗୋବିନ୍ଦାଙ୍କୁ ଚୟନ କରାଯାଇଥିଲା । ହେଲେ ଆଶିଫଙ୍କୁ ଦେଖିବା ପରେ ପ୍ରଡ଼କ୍ସନ ହାଉସ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ତାଙ୍କୁ ସୁଯୋଗ ଦେଲା । ପିଲ୍ମଟି ଥିଲା ‘ରାମା ଓ ରାମା’ । ତାଙ୍କ ଅପୋଜିଟିରେ ନାୟିକା ଥିଲେ କିମି କାଟକର । ଏହା ଥିଲା ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ । ଏହା ପରେ ତାଙ୍କ କ୍ୟାରିୟର ଭିତରେ ସେ ଅନେକ ଫିଲ୍ମ ଓ ଧାରାବାହିକରେ ଅଭିନୟ କରିଛନ୍ତି । ୧୩୦ ଫିଲ୍ମରେ ଅଭିନୟ କରିଛନ୍ତି ସତ, ହେଲେ ମିଳିନି ଆଟେନସନ । କେବଳ ଧାରାବାହିକ ‘ଭାବିଜୀ ଘର ପର ହୈ’ ରେ ବେଶୀ ଲୋକପ୍ରିୟତା ମିଳିଛି ବୋଲି କୁହନ୍ତି ଆଶିଫ ।

Comments are closed.