Latest Odisha News

BREAKING NEWS

ସ୍ପିନ ଚକ୍ରବ୍ୟୁହରେ ଧ୍ୱସ୍ତ ହେଲା କଙ୍ଗାରୁ ଦୁର୍ଗ: ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ଇନିଂସ ପରାଜୟ

ନାଗପୁର: ଭାରତ ରଚିଥିଲା ସ୍ପିନ ଚକ୍ରବ୍ୟୁହ । ସମସ୍ତ ସତର୍କ ଓ ଭବିଷ୍ୟବାଣୀ ସତ୍ୱେ ଅଷ୍ଟ୍ରେଲିଆ କିଛି କରିପାରି ନ ଥିଲା । ମାତ୍ର ୩ଦିନରେ ଭାରତ ଏକ ଇନିଂସ ୧୩୨ ରନରେ ଅଷ୍ଟ୍ରେଲିଆକୁ ପ୍ରଥମ କ୍ରିକେଟ ଟେଷ୍ଟରେ ପରାସ୍ତ କରିଛି । ଏଥିସହ ଭାରତ ୪ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ରବିଚନ୍ଦ୍ରନ ଅଶ୍ୱୀନ ମ୍ୟାଚରେ ୮ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୭୭ ରନ ଜବାବରେ ଭାରତ ରୋହିତ ଶର୍ମାଙ୍କ ୧୨୦, ଅକ୍ଷର ପଟେଲଙ୍କ ୮୪ ରବୀନ୍ଦ୍ର ଜାଡେଜାଙ୍କ ୭୦ ରନ ସହାୟତାରେ ୪୦୦ ରନ କରିଥିଲୋ । ଫଲୋଅନ ହେବା ପରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ମଧ୍ୟ କିଛି ଖାସ କରିପାରି ନ ଥିଲା । ଦଳ ମାତ୍ର ୯୧ ରନରେ ଅଲଆଉଟ ହୋଇ ଯାଇଥିଲା ।

ଅଶ୍ୱୀନ ଦ୍ୱିତୀୟ ଇନିଂସରେ ୫ଟି ୱିକେଟ ନେଇଥିଲେ । ମହମ୍ମଦ ସାମି ଓ ଜାଡେଜା ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭ ସ୍ମିଥ ସର୍ବାଧିକ ୨୫ରନ କରିଥିଲେ । ସିରିଜରେ ଦ୍ୱିତୀୟ ଟେଷ୍ଟ ଦିଲ୍ଲୀରେ ୧୭ରୁ ଖେଳାଯିବ । ଏହି ବିଜୟ ସହ ଭାରତ ୱାର୍ଲ୍ଡ ଟେଷ୍ଟ ସିରିଜର ଫାଇନାଲର ନିକଟତର ହୋଇଛି । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଜାଡେଜା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.