Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି ଟିମରେ ଥିଲେ, ହଠାତ ନେଇଗଲେ ଅବସର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବିଶ୍ୱ ବିଜେତା ଟିମର ସଦସ୍ୟ ମାର୍କସ ଷ୍ଟୋଇନିସ ହଠାତ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ପାକିସ୍ତାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ପାଇଁ ଘୋଷିତ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିଲେ । ୩୫ ବର୍ଷୀୟ ଏହି ଅଲରାଉଣ୍ଡରଙ୍କ ବିକଳ୍ପ ଖେଳାଳି ଖୋଜୁଛି କ୍ରିକେଟ ଅଷ୍ଟ୍ରେଲିଆ । ସେ କଣ ପାଇଁ ଅବସର ନେଲେ ତାହା ସ୍ପଷ୍ଟ କରି ନ ଥିଲେ ମଧ୍ୟ ଏହା ଏକ କଷ୍ଟସାଧ୍ୟ ନିଷ୍ପତି ଥିଲା ବୋଲି କହିଛନ୍ତି । ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ସର୍ବଦା ମୋ ପାଇଁ ଗର୍ବର ବିଷୟ ହୋଇ ରହିବ । ଦିନିକିଆରୁ ଦୂରେଇ ଯାଇ ମୁଁ ମୋ କ୍ୟାରିୟରର ଅନ୍ୟ ଦିଗ ପ୍ରତି ଧ୍ୟାନ ଦେବି ବୋଲି ସେ କହିଛନ୍ତି ।

ଷ୍ଟୋଇନିସ ୭୪ ଦିନିକିଆ କ୍ରିକେଟରେ ୯୩.୯୬ ଆଭରେଜରେ ୧୪୯୫ ରନ ସଂଗ୍ରହ କରିଛନ୍ତି । ସେ ୪୮ ୱିକେଟ ମଧ୍ୟ ହାସଲ କରିଛନ୍ତି । ସେ ୨୦୧୯ ଓ ୨୦୨୩ ଦିନିକିଆ ବିଶ୍ୱକପ ବିଜୟୀ ଅଷ୍ଟ୍ରେଲିଆ ଦଳର ସଦସ୍ୟ ରହିଥିଲେ । ସେ ଦକ୍ଷିଣ ଆଫ୍ରିକାର ଏସଏ ଟି୨୦ ଲିଗରେ ଡର୍ବାନ ସୁପର ଜ୍ୟାଂଟସ ପକ୍ଷରୁ ଖେଳୁଛନ୍ତି । ଏହି ଲିଗ ଖେଳିବା ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ ।

Comments are closed.