Latest Odisha News

ଟି୨୦ ବିଶ୍ୱକପ ଖେଳିବେନି ବେନ ଷ୍ଟୋକ୍ସ

ଲଣ୍ଡନ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଇଂଲଣ୍ଡ ଟିମକୁ ବଡ ଝଟକା ଲାଗିଛି । ବେନ ଷ୍ଟୋକ୍ସ ଏହି ବିଶ୍ୱକପ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଫଳରେ ଇଂଲଣ୍ଡର ଏହି ଷ୍ଟାର ଖେଳାଳି ତଥା ଟେଷ୍ଟ ଟିମର ଅଧିନାୟକ ଫିଟନେସ ବଜାୟ ରଖିବା ପାଇଁ ଏହି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି । ବୋଲିଂ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛି ବୋଲି ୩୨ ବର୍ଷୀୟ ଏହି ଅଲରାଉଣ୍ଡର ଜଣଙ୍କ କହିଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରେ ନିଜକୁ ଜଣେ ଭଲ ଅଲରାଉଣ୍ଡର ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି । ସେ ତାଙ୍କ ନିଷ୍ପତି ସମ୍ପର୍କରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଜଣାଇ ଦେଇଛନ୍ତି ।

ଚାହିଦା ସତ୍ୱେ ଷ୍ଟୋକ୍ସ ଆଇପିଏଲରୁ ମଧ୍ୟ ଓହରି ଯାଇଥିଲେ । ନିକଟରେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ନେତୃତ୍ୱରେ ଇଂଲଣ୍ଡ ୧-୪ରେ ସିରିଜ ପରାଜୟବରଣ କରିଥିଲା । ଷ୍ଟୋକ୍ସ ଟି୨୦ ଅପେକ୍ଷା ଟେଷ୍ଟ ଏବଂ ଦିନିକିଆରେ ମନୋନିବେଶ କରିବାକୁ ଚାହୁଁଛନ୍ତି ।

Comments are closed.