Latest Odisha News

ରାଜଧାନୀରେ ‘ରୟାଲ୍’ ଚୋର, କୁଖ୍ୟାତ ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ରୟାଲ୍ ଏନଫିଲ୍ଡ ଚଳାଇବାକୁ ଇଚ୍ଛୁକ ରଖୁଥିବା ବ୍ୟକ୍ତି ଏଣିକି ସାବଧାନ।  ବଡ ବଡିଆଙ୍କ ପେଣ୍ଠସ୍ଥଳୀ କୁହାଯାଉଥିବା ରାଜଧାନୀରୁ ଦୀର୍ଘ ଦିନ ଧରି ରୟାଲ ଏନଫିଲ୍ଡ ଚୋରି ହେଉଥିବା ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ସୋମବାର ଦାମୀ ବାଇକ୍ ଚୋରି କରିବାରେ ମାହିର ଏହି କୁଖ୍ୟାତ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ।

ଖଣ୍ଡଗିରି ଥାନା ପୁଲିସ ୩ ଜଣ ଲୁଟେରାଙ୍କୁ ଗିରଫ କରି ସେମାନଙ୍କଠାରୁ ୧୪ଟି ବୁଲେଟ୍ ସହ ୨୩ଟି ଚୋରା ବାଇକ୍ ଜବତ କରିଛି। ଏହି ଗ୍ୟାଙ୍ଗର ମୋଡସ୍ ଅପରେଣ୍ଡି ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବାଇକ୍ଗୁଡ଼ିକୁ ଟାର୍ଗେଟ୍ କରିବା ପରେ ରାଜ୍ୟର ଗ୍ରାମାଞ୍ଚଳରେ ବିକ୍ରି କରି ଦେଉଥିଲା।

ଟ୍ୱିନ୍ ସିଟି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଭୁବନେଶ୍ୱରରେ ଗୋଟିଏ ବାସ ଭବନରୁ ଦୁଇଟି ବୁଲେଟ୍ ମଟରସାଇକେଲ୍ ଚୋରି ହୋଇଥିବା ନେଇ ନଭେମ୍ବର ୪ ତାରିଖରେ ଆମେ ରିପୋର୍ଟ ପାଇଥିଲୁ। ତଦନ୍ତ ପରେ ଆମେ ବୁଲେଟ୍ ଚୋରିର ଏକ ଢାଞ୍ଚା ଆବିଷ୍କାର କରିଥିଲୁ, ଯାହାଦ୍ୱାରା ଆମେ ନୟାଗଡ଼ର ସୁନୀଲ ମଲାହା ଓ ପ୍ରଶାନ୍ତ ଭୋଇ ଏବଂ ଖୋର୍ଦ୍ଧାର ହରପ୍ରସାଦ ଦାସଙ୍କୁ ଚିହ୍ନଟ କରି ଗିରଫ କରିଛୁ।

ସୌମେନ୍ଦ୍ର ପ୍ରିୟଦର୍ଶୀ ଆହୁରି ପ୍ରକାଶ କରିଛନ୍ତି, ଏହି ଗ୍ୟାଙ୍ଗ ବୁଲେଟ୍ ଚୋରି କରି ରଖୁଥିଲେ। ଏହାପରେ ଏହି ସୁନ୍ଦର ବାଇକ ଗୁଡିକୁ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି କରିଥିଲେ। ଆମେ ବର୍ତ୍ତମାନ ସେମାନଙ୍କ ନେଟଓ୍ବର୍କ ଏବଂ ଅନ୍ୟ ଚୋରି ଘଟଣାରେ ସମ୍ପୃକ୍ତି ବିଷୟରେ ତଦନ୍ତ କରୁଛୁ।”

ଉଦ୍ଧାର ହୋଇଥିବା ବାଇକ୍ ମଧ୍ୟରେ ବୌଦ୍ଧର ଜଣେ ବାସିନ୍ଦାଙ୍କଠାରୁ ଚୋରି ହୋଇଥିବା ରୟାଲ ଏନଫିଲ୍ଡ ବାଇକ୍ ରହିଛି, ଯାହା ଅନ୍ୟ ଜଣଙ୍କୁ ବିକ୍ରି ହୋଇଥିଲା।

Comments are closed.