Latest Odisha News

BREAKING NEWS

ପଥର ବ୍ଲାଷ୍ଟିଂ ବେଳେ ଦୁଇ ଶ୍ରମିକ ମୃତ୍ୟୁ ଘଟଣା: ୩୨ଘଣ୍ଟା ପରେ ମିଳିଲା ମୃତଦେହ

ମୋହନା: ପଥର ବ୍ଲାଷ୍ଟିଂ ବେଳେ ଦୁଇ ଶ୍ରମିକ ମୃତ୍ୟୁ ଘଟଣା  । ଦୀର୍ଘ ୩୨ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ । ଗତକାଲି ଗଜପତି ମୋହନା ଥାନା ବନ୍ଧାଗୁଡା ଗାଁରେ କ୍ରସର ପାଇଁ ପଥର ବ୍ଲାଷ୍ଟିଂ ବେଳେ ମାମୁ ଭଣଜା ପଥର ତଳେ ଚାପି ହୋଇ ପ୍ରାଣ ହରାଇ ଥିଲେ । ପଥର ଟି ପ୍ରାୟ ୧୦୦ ଟନ ରୁ ଅଧିକ ଓଜନର ହୋଇଥିବାଯୋଗୁଁ ମୃତଦେହ ଗୁଡିକୁ ବାହାର କରିବେ ସମ୍ଭବପର ହୋଇନଥିଲା  । ପରେ ମୋହନା ପୋଲିସ, ଅଗ୍ନିଶମ ବିଭାଗ, ଅତିରିକ୍ତ ତହସିଲଦାରଙ୍କ ଅହରହ ଉଦ୍ୟମ ପରେ ପଥର କୁ ଷ୍ଟୋନ କଟର ସାହାର୍ଯ୍ୟରେ କାଟି ଦୀର୍ଘ ୩୨ ଘଣ୍ଟାର ଅପରେସନ ପରେ ପଥର ତଳୁ ମୃତଦେହକୁ ଉଦ୍ଧାର କରାଯାଇଛି  । ପୋଲିସ ମୃତଦେହ ବ୍ୟବଛେଦ ଲାଗି ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଥିବା ସୂଚନା ମିଳିଛି ।

ଗତକାଲି ଗଜପତି ଜ଼ିଲ୍ଲା ମୋହନା ଥାନା ବନ୍ଧାଗୁଡା ଗ୍ରାମ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା  । ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇ ଦୁଇ ଶ୍ରମିକ ମୃତ୍ୟୁବରଣ କରିଥିଲେ  । ମୃତ ଶ୍ରମିକ ଦୁଇ ଜଣ ରମ୍ଭା ଥାନା ଝରଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହକ ଏବଂ ମଧୁରଛୁଆ ଗାଁର ବିଷ୍ଣୁ ପ୍ରସାଦ ନାହକ। ଏମାନେ ସମ୍ପର୍କରେ ମାମୁଁ ଏବଂ ଭଣଜା ଥିଲେ । କ୍ରସର ନିକଟରେ ଥିବା ପଥର ଖାଦାନରେ ବ୍ଲାଷ୍ଟିଂ ଚାଲିଥିଲା ।  ଏହି ସମୟରେ ଏମାନେ ଏକ ବଡ ପଥର ପଛପଟେ ବସି ବ୍ଲାଷ୍ଟିଂ କରୁଥିଲେ  ।  ବ୍ଲାଷ୍ଟିଂ ବେଳେ ଏକ ବିଶାଳ ପଥର ଦୁଇ ଜଣଙ୍କ ଉପରେ ଚାପି ହୋଇଯାଇଥିଲା  । ଫଳରେ ଘଟଣାସ୍ଥଳରେ ହିଁ ଏମାନଙ୍କର ମୃତ୍ୟୁ ଘଟିଥିଲା ।

 

Leave A Reply

Your email address will not be published.