Latest Odisha News

BREAKING NEWS

ମହିଳା ଅଧ୍ୟାପିକାଙ୍କୁ ନିର୍ଯାତନା ମାମଲା: ନିଲମ୍ବିତ ହେଲେ ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ମହିଳା ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର । ବିଶ୍ୱବିଦ୍ୟାଳୟ ଆଭ୍ୟନ୍ତରୀଣ କମିଟିର ୯ ଜଣିଆ ଟିମକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ତଦନ୍ତ ପ୍ରକ୍ରିୟା ଶେଷ ନହେବା ଯାଏଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର ମହିଳା ପ୍ରଫେସରଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ।

ମହିଳା ଆସିଷ୍ଟାଣ୍ଟ ପ୍ରଫେସର ଜଣକ ଅଭିଯୋଗ କରିଥିଲେ ଯେ ପ୍ରଫେସର ରଜତ କୁଜୁରୁ ତାଙ୍କୁ ୭ ବର୍ଷ ହେଲା ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ଏନେଇ ସେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । ୨୮ ତାରିଖରେ ତଦନ୍ତ କମିଟିର ବୈଠକ ବସିବ । ଘଟଣାକୁ ଗୁରୁତର ସହ ନେଇଛନ୍ତି କୁଳପତି । ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ ହୋଇଛି। ସେପଟେ କିନ୍ତୁ ପ୍ରଫସର ରଜତ କୁଜୁରୁ ମାନସିକ ନିର୍ଯାତନା ଅଭିଯାଗକୁ ଖଣ୍ଡନ କରିଛନ୍ତି । ପୂର୍ବରୁ ଦୁଇ ମାସ ତଳେ ଶୃଙ୍ଖଳାଭଙ୍ଗ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିଲା ।

Leave A Reply

Your email address will not be published.