ମୋହନା: ଗଜପତି ଜ଼ିଲ୍ଲା ମୋହନା ଥାନା ବନ୍ଧାଗୁଡା ଗ୍ରାମ ନିକଟରେ ଅଭାବନୀୟ ଘଟଣା ଘଟିଛି । ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇ ଦୁଇ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ମୃତ ଶ୍ରମିକ ଦୁଇ ଜଣ ହେଲେ ରମ୍ଭା ଥାନା ଝରଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହକ ଏବଂ ମଧୁରଛୁଆ ଗାଁର ବିଷ୍ଣୁ ପ୍ରସାଦ ନାହକ। ଏମାନେ ସମ୍ପର୍କରେ ମାମୁଁ ଏବଂ ଭଣଜା ବୋଲି ଜଣାପଡିଛି ।
ଗତକାଲି ବିଳମ୍ବିତ ରାତିରେ କ୍ରସର ନିକଟରେ ଥିବା ପଥର ଖାଦାନରେ ବ୍ଲାଷ୍ଟିଂ ଚାଲିଥିଲା । ଏହି ସମୟରେ ଏମାନେ ଏକ ବଡ ପଥର ପଛପଟେ ବସି ବ୍ଲାଷ୍ଟିଂ କରୁଥିଲେ । ବ୍ଲାଷ୍ଟିଂ ବେଳେ ଏକ ବିଶାଳ ପଥର ଦୁଇ ଜଣଙ୍କ ଉପରେ ଚାପି ହୋଇଯାଇଛି । ଫଳରେ ଘଟଣାସ୍ଥଳରେ ହିଁ ଏମାନଙ୍କର ମୃତ୍ୟୁ ଘଟିଥିଲା । ପରେ ଖବର ପାଇ ମୋହନା ତହସିଲଦାର ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ଅନ୍ୟପଟେ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ ।
Comments are closed.