Latest Odisha News

BREAKING NEWS

ଭାଷା ଭାଗବତ : ସ୍ବଭାଷାର ଧ୍ବଜା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

BjdElectrycity

ଆଗ୍ରହୀ ପାଠକଂକ ମତ
‘ଭାଷା ଭାଗବତ’ରେ ଯୁକ୍ତ
ଏ ନୁହେ ମୋର ଆତ୍ମାଳାପ
ଅଥବା ନିରୀହ ବିଳାପ

ନୁହେ ସତ୍ୟର ଅପଳାପ
ଅଥବା ଦାଂଭିକ ପ୍ରଳାପ
ଅଛି ସାମାନ୍ୟ ମନସ୍ତାପ
ଭରସା ରହିଛି ଅମାପ

ତେଣୁ ହୋଇନି ଅତି କ୍ଳାଂତ
ଚଳାଇ ରଖିଛିଁ ତଦଂତ
ଦୋଷ ଓ ଗୁଣର ସଂଧାନ
ଚାଲୁ ରଖିଛିଁ ପ୍ରତି କ୍ଷଣ

ଭାଷାର ବହୁବିଧ ସତ
‘ଭାଗବତ’ରେ ସମାହିତ
ବିହିତ ସହ ଅବିହିତ
ଉଭୟ ହୋଇଛି ରଚିତ

ପାଠକ ପାଇଁ ସ୍ବାଧୀନତା
ଯେହେତୁ ଅଟେ ମୂଳ କଥା
କୌଣସି ମତ ଆରୋପଣ
ହୁଏନି ଏଠି ଅକାରଣ

ଉତ୍ତମ ପ୍ରାରଂଭିକ ଶିକ୍ଷା
ଦେବ ଏ ଲିପିକୁ ସୁରକ୍ଷା
ଚିହ୍ନିତ ହେଲେ ଠିକ୍‌, ଭୁଲ୍‌
ତ୍ରୁଟି ହେବନି ବିଲ୍‌କୁଲ୍‌

ଅଲୋଡ଼ା ବେଶି ଆଲୋଚନା
ଭାଷାରୁ ହଟୁ କଟକଣା
ସହଜ ମଧୁର ଏ ଭାଷା
ନ ଭୋଗୁ ଅଧିକ ଦୁର୍ଦଶା

ସ୍ବଭାଷା ସହିତ ସଂପୃକ୍ତି
ଯୋଗୁଁ ମୁଁ ପାଏଁ ପ୍ରୀତି-ଶକ୍ତି
ସ୍ବକର୍ମ ପାଇଁ ଅନୁରକ୍ତି
ମନୁ ପଳାଏ ସବୁ ଭୀତି

ଲେଖିବା ବେଳେ ଦେଲେ ଧ୍ୟାନ
ମିଳିବ ସ୍ପଷ୍ଟ ସମାଧାନ
ଭାଷା ନ ହେଲେ କଷ୍ଟକର
ସଭିଏଁ କରିବେ ଆଦର

ଲିପିରେ ରଖିଲେ ସ୍ବଚ୍ଛତା
ଭାଷା ପାଇବ ନିରାପତ୍ତା
କରିଶିଖିଲେ ଲିପସଜ୍ଜା
ଉଡ଼ିବ ସ୍ବଭାଷାର ଧ୍ବଜା

Leave A Reply

Your email address will not be published.