Latest Odisha News

ପଥର ବ୍ଲାଷ୍ଟିଂ ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା: ୫୦ ହଜାର ଲେଖାଏଁ କ୍ଷତିପୂରଣ ପ୍ରଦାନ

ମୋହନା: ଗଜପତି ଜ଼ିଲ୍ଲା ମୋହନା ଥାନା ବନ୍ଧାଗୁଡା ଗ୍ରାମ ନିକଟରେ ଅଭାବନୀୟ ଘଟଣା ଘଟିଛି  । ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇ ଦୁଇ ଶ୍ରମିକ ମୃତ୍ୟୁବରଣ କରିଛନ୍ତି  । ମୃତ ଶ୍ରମିକ ଦୁଇ ଜଣ ହେଲେ ରମ୍ଭା ଥାନା ଝରଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହକ ଏବଂ ମଧୁରଛୁଆ ଗାଁର ବିଷ୍ଣୁ ପ୍ରସାଦ ନାହକ। ଏମାନେ ସମ୍ପର୍କରେ ମାମୁଁ ଏବଂ ଭଣଜା ବୋଲି ଜଣାପଡିଛି ।

ଗତକାଲି ବିଳମ୍ବିତ ରାତିରେ  କ୍ରସର ନିକଟରେ ଥିବା ପଥର ଖାଦାନରେ ବ୍ଲାଷ୍ଟିଂ ଚାଲିଥିଲା ।  ଏହି ସମୟରେ ଏମାନେ ଏକ ବଡ ପଥର ପଛପଟେ ବସି ବ୍ଲାଷ୍ଟିଂ କରୁଥିଲେ  ।  ବ୍ଲାଷ୍ଟିଂ ବେଳେ ଏକ ବିଶାଳ ପଥର ଦୁଇ ଜଣଙ୍କ ଉପରେ ଚାପି ହୋଇଯାଇଛି  । ଫଳରେ ଘଟଣାସ୍ଥଳରେ ହିଁ ଏମାନଙ୍କର ମୃତ୍ୟୁ ଘଟିଥିଲା । ପରେ ଖବର ପାଇ ମୋହନା ତହସିଲଦାର ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି   । ଅନ୍ୟପଟେ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ  ।

Leave A Reply

Your email address will not be published.