Latest Odisha News

BREAKING NEWS

ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ଏବଂ ପଥରମାଡ

ବେଙ୍ଗାଲୁର: ଭାଜପାର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଶିବମୋଗ୍ଗାର ଶିକାରୀପୁର ସ୍ଥିତ ବାସଭବନ ସମ୍ମୁଖରେ ଏକ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ ସହ ପଥର ମାଡ଼ ହୋଇଛି।  ସଂରକ୍ଷଣ ସମ୍ପର୍କିତ ପ୍ରସଙ୍ଗକୁ ବିରୋଧ କରି ଆଜି ଅପରାହ୍ନରେ ବନଜାରା ସଂପ୍ରଦାୟର ଲୋକେ ତାଙ୍କ ଘର ସମ୍ମୁଖରେ ବିକ୍ଷୋଭ କରିବା ସହ ତାଙ୍କ ଘର ଉପରକୁ  ପଥର ମାଡ କରିଥିଲେ ।

ବଞ୍ଜାରା ସଂପ୍ରଦାୟ ଅନୁସୂଚିତ ସମୁଦାୟର ସଂରକ୍ଷଣ ଦାବି କରି ଆଜି ରାସ୍ତାକୁ ଓହ୍ଲାଇଛନ୍ତି । କର୍ଣ୍ଣାଟକରେ ୨୦୨୩ ବିଧାନସଭା ନିର୍ବାଚନା ହେବାର ଥିବାବେଳେ ଏ ନେଇ ତାରିଖ ଘୋଷଣା କରାଯାଇ ନାହିଁ । ହେଲେ ତା ପୂର୍ବରୁ ଜାତିବାଦକୁ ନେଇ ପାରମ୍ପିକ ବିବାଦ ଏଠାରେ ଆରମ୍ଭ ହୋଇଗଲାଣି ।

ନିକଟରେ କର୍ଣ୍ଣାଟକ ସରକାର ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ବ୍ୟବସ୍ଥାରେ କାଣ୍ଟଛାଣ୍ଟ କରିଥିବା ଜଣାଯାଇଛି  ଶୁକ୍ରବାର କର୍ଣ୍ଣାଟକ ଭାଜପା ସରକାର ଅନୁସୂଚିତ ଜାତି/ଜନଜାତି ସମୁଦାୟ ପାଇଁ ଇଣ୍ଟରନାଲ ରିଜର୍ଭେସନର ଘୋଷଣା କରିଥିଲେ । ଏହି ଅନୁସାରେ ଅନୁସୂଚିତ ଜାତି ଯେଉଁ ୧୭ ପ୍ରତିଶତ ସରଂକ୍ଷଣ ଦିଆଯାଇଥିଲା ତାହା ବାଣ୍ଟି ଦିଆଯାଇଥିଲା । ଏହି ନିୟମ ଅନୁସାରେ ଏସସି ଲେଫ୍ଟଙ୍କୁ ୬ ପ୍ରତିଶତ, ଏସସି ରାଇଟଙ୍କୁ ସାଢେ ୫ ପ୍ରତିଶତ ଏବଂ ଟଚେବୁଲଙ୍କୁ ସାଢେ ୪ ପ୍ରତିଶତ ଏବଂ ଅନ୍ୟମାନଙ୍କ ପାଇଁ ୧ ପ୍ରତିଶତ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ୨୦୦୫ରେ କଂଗ୍ରେସ-ଜନତା ଦଳ ମିଳିତ ସରକାର ଦ୍ୱାରା ଗଠିତ ଏଜେ ସଦାଶିଭ ଆୟୋଗର ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି।

ତେବେ ବଞ୍ଜାରା ସଂପ୍ରଦାୟ ଅଭିଯୋଗ କରିଛି ଯେ, ଏହି ସୁପାରିଶ ଅନୁଯାୟୀ  ତାଙ୍କ ସଂପ୍ରଦାୟଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିବ । ତେଣୁ ତୁରନ୍ତ ଏହାର ପ୍ରତ୍ୟାହାର ପାଇଁ ସେମାନେ ଦାବି  କରିଛନ୍ତି ।

Leave A Reply

Your email address will not be published.