Latest Odisha News

୯୬୦ ଥର ଦେଲେ ଡ୍ରାଇଭିଂ ଟେଷ୍ଟ, ଖର୍ଚ୍ଚ କଲେ ୧୧ ଲକ୍ଷ : ବୃଦ୍ଧାବସ୍ଥାରେ ମିଳିଲା ଲାଇସେନ୍ସ

ସିଓଲ: କୁହାଯାଏ, ଲଗାତାର ଉଦ୍ୟମ ଜାରି ରଖିଲେ ଅସମ୍ଭବ ବୋଲି ଶବ୍ଦ କିଛି ରହିବ ନାହିଁ । ଅର୍ଥାତ୍ ଚେଷ୍ଟା କଲେ ସବୁ କାମ ନିଶ୍ଚୟ ସଫଳ ହେବ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏହି ଉକ୍ତିର ବାସ୍ତବତାକୁ ଉବଲବ୍ଧି କରାଉଛି । କିନ୍ତୁ ଏହି ଉଦ୍ୟମରେ ତାଙ୍କୁ ଯେବେ ସଫଳତା ମିଳିଛି ସେ ସମୟରେ ତାର ଆବଶ୍ୟକତା ଅଛି କି ନାହିଁ ତାହା ହିଁ ପ୍ରଶ୍ନବାଚୀ । ଡ଼୍ରାଇଭିଂ ଲାଇସେନ୍ସ ପାଇଁ ୯୬୦ ଥର ଟେଷ୍ଟ ଦେବା ଓ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ଜଣେ ମହିଳାଙ୍କୁ ମିଳିଛି ବୃଦ୍ଧାବସ୍ଥାରେ ମିଳିଛି ସଫଳତା, ଯାହାକୁ ଏବେ ଚର୍ଚ୍ଚା ଜୋର ଧରିଛି ।

ଚା ସା ସୁନ୍ ନାମକ ଜଣେ ମହିଳା ଦକ୍ଷିଣ କୋରିଆର ରାଜଧାନୀ ସିଓଲଠାରୁ ୧୩୦ କିମି ଦୂରରେ ରୁହନ୍ତି । ଏହି ମହିଳାଙ୍କ ଧୈର୍ଯ୍ୟ ଏବଂ ହାର ମାନିବାର କ୍ଷମତା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେତେବେଳେ ଆମେ ଗୋଟେ କାମ ୮-୧୦ ଥର କରିବା ପରେ ନିରାଶ ହେଲେ ତାହା କରିବା ଛାଡିଥାଉ, କିନ୍ତୁ ସୁନ୍ ଡ୍ରାଇଭିଂ ଲାଇସେନ୍ସ ପାଇଁ ତାଙ୍କୁ ୯୬୦ ଥର ଟେଷ୍ଟ ଦେବାକୁ ପଡ଼ିଛି । ତାଙ୍କର ଗୋଟେ ଲକ୍ଷ୍ୟ ଥିଲା ଡ଼୍ରାଇଭିଂ ଲାଇସେନ୍ସ ହାସଲ କରିବା ।
ସୁନ୍ ୨୦୦୫ ମସିହା ଏପ୍ରିଲରେ ପ୍ରଥମ ଥର ଡ୍ରାଇଭିଂ ଟେଷ୍ଟ ପାଇଁ ଲିଖିତ ପରୀକ୍ଷା ଦେଇଥିଲେ । ହେଲେ ଏଥିରେ ବିଫଳ ହେଲେ । ପରେ ସେ ଲଗାତର ଏହି ପରୀକ୍ଷା ଦେବାକୁ ଲାଗିଲେ । ସବୁଥର ସେ ବିଫଳ ବି ହେଉଥିଲେ । ୭୮୦ ଥର ପରୀକ୍ଷା ଦେବା ପରେ ବିଫଳ ହେବାରୁ ସପ୍ତାହରେ ଦୁଇଥର ତାଙ୍କର ପରୀକ୍ଷା କରାଗଲା । ଏହା ପରେ ବ୍ୟବହାରିକ ପରୀକ୍ଷଣର କ୍ରମ ଆରମ୍ଭ ହେଲା । ମୋଟ ୯୬୦ ଥର ପରୀକ୍ଷା ଦେବା ପରେ ସେ ଉତ୍ତୀର୍ଣ୍ଣ ହେଲେ । କିନ୍ତୁ ଦୁଃଖର ବିଷୟ ତାଙ୍କୁ ଯେତେବେଳେ ୬୯ ବର୍ଷ ବୟସ, ସେତେବେଳେ ତାଙ୍କୁ ମିଳିଲା ଗାଡି ଚଳାଇବାକୁ ସରକାରୀ ଅନୁମତି । କେବଳ ଏତିକି ନୁହେଁ, ଏଥିଲାଗି ତାଙ୍କୁ ୧୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି ।
ସୁନ୍ କହିଛନ୍ତି, ମୁଁ ଏତେଥର ପରୀକ୍ଷା ଦେବା ପରେ ଉତ୍ତୀର୍ଣ୍ଣ ହୋଇପାରୁ ନ ଥିଲି ମୋତେ ଖରାପ ଲାଗେନି । କାରଣ ପନିପରିବା ବିକ୍ରୟ ବ୍ୟବସାୟ ପାଇଁ ତାଙ୍କୁ ଏହି ଲାଇସେନ୍ସର ଆବଶ୍ୟକ ଥିଲା, ଯାହାଫଳରେ ସେ ଏକ ଲରୀ ଚଳାଇ ପାରିବେ । ଏବେ ମୋତେ ଲାଇସେନ୍ସ ମିଳିଥିବାରୁ ମୁଁ ବହୁତ ଖୁସି ଅଛି । ତାଙ୍କର ଏହି କାହାଣୀ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କୁ ଦକ୍ଷିଣ କୋରିଆ ହୁଣ୍ଡାଇ କମ୍ପାନୀ ପକ୍ଷରୁ ମଧ୍ୟ ଏକ ନୂତନ ଗାଡି ପ୍ରଦାନ କରାଯାଇଛି ।

Leave A Reply

Your email address will not be published.