Latest Odisha News

ମହାକୁମ୍ଭ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରେନ ଉପରେ ପଥରମାଡ଼

ଜଳଗାଁଓ: ମହାରାଷ୍ଟ୍ରର ଜଳଗାଁଓରୁ ପ୍ରୟାଗରାଜର ମହାକୁମ୍ଭ ଯାଉଥିବା ଯାତ୍ରୀମାନଙ୍କୁ ନେଇ ଯାଉଥିବା ଟ୍ରେନ୍ ଉପରେ ପଥର ମାଡ଼ ହୋଇଛି। ତପ୍ତୀଗଙ୍ଗା ଏକ୍ସପ୍ରେସ ଉପରେ ପଥର ମାଡ଼ ହୋଇଥିଲା ବେଳେ କୋଚର କାଚ ଭାଙ୍ଗି ଯାଇଛି।

୧୯୦୪୫/୧୯୦୪୬ ତପ୍ତୀଗଙ୍ଗା ଏକ୍ସପ୍ରେସ୍ ଛାପରାରୁ ପ୍ରୟାଗରାଜ ଦେଇ ସୁରଟ ପର୍ଯ୍ୟନ୍ତ ଚଳାଚଳ କରେ। ଜାନୁଆରୀ ୧୨ରେ ଟ୍ରେନଟି ଜଳଗାଁରୁ ବାହାରିଥିଲା। ଏଥିରେ ବହୁ ସଂଖ୍ୟାରେ ମହାକୁମ୍ଭକୁ ଯାଉଥିବା ଭକ୍ତମାନେ ରହିଥିଲେ।

ତେବେ ଅଧିକାରୀମାନେ କହିଛନ୍ତି ଯେ କୋଚ୍ ବି-୬ର ଝରକାକୁ କେହି ଫିଙ୍ଗିଥିଲେ। ଫଳରେ ବର୍ଥ ନମ୍ବର ୩୩ରୁ ୩୯ ପାଖରେ କାଚ ଭାଙ୍ଗିଯାଇଥିଲା।

ଅପରପକ୍ଷରେ ଏନେଇ ଏକ ମାମଲା ମଧ୍ଯ ରୁଜୁ କରାଯାଇଥିବା ଜଣାପଡିଛି।

 

Leave A Reply

Your email address will not be published.