ଆଦିଲ୍ଲୀ: ଏ କି ବ୍ୟବହାର ଦିଗଜ ଗାୟକଙ୍କ ସହ ! କର୍ନସଟ୍ରେ ସୋନୁ ନିଗମଙ୍କ ଉପରେ ଖରାପ ବ୍ୟବହାର କରିଛନ୍ତି ଦର୍ଶକ । ସୋନୁ ଷ୍ଟେଜରେ ଗୀତ ଗାଉଥିବା ସମୟରେ ପଥର ଏବଂ ବୋତଲ ଫିଙ୍ଗିଛନ୍ତି ।ସୂଚନାଥାଉକି, ଦିଲ୍ଲୀ ଟେକ୍ନୋଲୋଜି ବିଶ୍ବବିଦ୍ୟାଳୟରେ ଏଙ୍ଗିଫେଷ୍ଚ ୨୦୨୫ କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ତେବେ ସୋନୁ ନିଗମ ଏହି କାର୍ଯ୍ୟକ୍ରମରେ ସେଲିବ୍ରିଟି ଅତିଥି ଭାବେ ଆସି ଗୀତ ଗାଇଥିଲେ । ସେ ଗାଉଥିବା ସମୟରେ କିଛି ଛାତ୍ରମାନେ ତାଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ ।
ଯାହାକୁ ଦେଖି ସୋନୁ ନିଗମ ସେମାନଙ୍କୁ କହିଥିଲେ , “ମୁଁ ଏଠାକୁ ଆପଣମାନଙ୍କ ପାଇଁ ଆସିଛି । ସାଥିରେ ସମସ୍ତେ ଭଲ ସମୟ ଅତିବାହିତ କରିପାରିବା । କିନ୍ତୁ ଦୟାକରି ଆପଣ ଏମିତି କରନ୍ତୁ ନାହିଁ । ”
ତେବେ ଷ୍ଟେଜ ଉପରକୁ ଏପରି ପଥର ମାଡ କରିବା ଦ୍ବାରା ସୋନୁଙ୍କ କର୍ମଚାରୀମାନେ ଆହତ ହୋଇଥିଲେ । ତେବେ କାହିଁକି ଏପରି ପଥର ଏବଂ ବୋତଲ ଫିଙ୍ଗିଛନ୍ତି ଦର୍ଶକ ବର୍ତ୍ତମାନ ଏହି ବିଷୟରେ କୌଣସି ସଠିକ ସୂଚନା ଉପଲବ୍ଧ ନାହିଁ ।
ତେବେ ଏହି ଘଟଣାକୁ ନେଇ ଛାତ୍ର ଜଣକ କହିଛନ୍ତି ଯେ, ଉତ୍ତେଜନା ସତ୍ତ୍ୱେ ଗାୟକ ଶାନ୍ତ ଥିଲେ ଓ ସମସ୍ତଙ୍କୁ ଅନୁରୋଧ କରିବା ପରେ ପୁଣିଥରେ ଶୋ ଆରମ୍ଭ କରିଥିଲେ ।
ପୂର୍ବରୁ ମଧ୍ୟ ଏକ ଶୋ’ରେ ସୋନୁ ନିଗମ ଉପରେ ଷ୍ଟେଜରେ ଏପରି କରିଥିଲେ କିଛି ଦର୍ଶକ । ଯେଉଁଥିରେ ଆହତ ହୋଇଥିଲେ ସୋନୁ ନିଗମ ।