ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବିଶ୍ୱ ମଞ୍ଚରେ ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ନେଇ ପ୍ରଶ୍ନ ଉଠାଇବା ପରେ, ଏହାକୁ ନେଇ ଏବେ ପାକିସ୍ତାନ ଉପରେ ପୁଣି ବର୍ଷିଛି ଭାରତ । କଡା ଜବାବ ଦେଇଛି । ଶହବାଜଙ୍କ ପ୍ରଶ୍ନକୁ ଭତ୍ସନା କରି ଏହାର ଗୋଟିଏ ଦିନ ପରେ, ନୂଆଦିଲ୍ଲୀ ଏହାକୁ ଏକ ଅନାବଶ୍ୟକ ସୂଚନା ବୋଲି କହି ପ୍ରତିରୋଧ କରିଛି, କହିଛି ଯେ ସୀମାପାର ଆତଙ୍କବାଦ ପ୍ରସାରଣ କରୁଥିବା ଇସଲାମାବାଦ, ଚୁକ୍ତିନାମା ଉଲ୍ଲଂଘନ ପାଇଁ ଭାରତକୁ ଦୋଷ ଦେବା ବନ୍ଦ କରିବା ଉଚିତ ।
ତେବେ ତାଜାକିସ୍ତାନରେ ହିମବାହ ଉପରେ ଏକ ଜାତିସଂଘ ସମ୍ମିଳନୀର ଏକ ଅଧିବେଶନକୁ ସମ୍ବୋଧିତ କରି, ପାକିସ୍ତାନ ପ୍ରଧାନମନ୍ତ୍ରୀ ସିନ୍ଧୁଜଳ ଚୁକ୍ତିନାମା ଉଲ୍ଲଘଂନ ପାଇଁ ଭାରତକୁ ଦାୟୀ କରିଥିଲେ । ଯାହାର ଜବାବରେ କେନ୍ଦ୍ର ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ କହିଛନ୍ତି, ପାକିସ୍ତାନ ନିଜେ ଆତଙ୍କବାଦ ମାଧ୍ୟମରେ ଚୁକ୍ତିନାମା ଉଲ୍ଲଂଘନ କରୁଛି। ପାକିସ୍ତାନ ଦ୍ୱାରା ମଞ୍ଚର ଅପବ୍ୟବହାର କରିବା ଏବଂ ମଞ୍ଚର ପରିସର ଭିତରେ ନ ଆସୁଥିବା ପ୍ରସଙ୍ଗଗୁଡ଼ିକୁ ଅନାବଶ୍ୟକ ଭାବେ ଉଠାଇବା ପ୍ରୟାସରେ ଆମେ ଆଶ୍ଚର୍ଯ୍ୟ। ଆମେ ଏପରି ପ୍ରୟାସକୁ ଦୃଢ଼ ନିନ୍ଦା କରୁଛୁ । ଏଥିପାଇଁ ପାକିସ୍ତାନର ସୀମାପାର ଆତଙ୍କବାଦ ଦାୟୀ, ଏଥିପାଇଁ ଭାରତକୁ ଦାୟୀ କରିବାରୁ ନିବୃତ୍ତ ରହିବା ଉଚିତ୍ ।
ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀମାନେ ଏପ୍ରିଲ ୨୨ ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ୨୬ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ନେଇଥିବା ଦଣ୍ଡାତ୍ମକ ପଦକ୍ଷେପ ମଧ୍ୟରୁ ୧୯୬୦ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ଅନ୍ତରଭୁକ୍ତ । ନୂଆଦିଲ୍ଲୀ ଭାରତ ବିରୁଦ୍ଧରେ ପ୍ରକ୍ସି ଯୁଦ୍ଧର ଅଂଶ ଭାବରେ ସୀମାପାର ଆତଙ୍କବାଦକୁ ସମର୍ଥନ ଏବଂ ସହୟତା ପ୍ରଦାନ କରୁଥିବା ଇସଲାମାବାଦ ଉପରେ ଲଗାତାର ଅଭିଯୋଗ କରିଆସୁଛି। ହେଲେ ଏହାକୁ ନେଇ ଅନେକ ବିଶ୍ବ ମଞ୍ଚରେ କୁମ୍ଭୀର କାନ୍ଦଣା କାନ୍ଦୁଛି ପାକିସ୍ତାନ ହିମବାହ ସଂରକ୍ଷଣ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀରେ, ଶେହବାଜ ସରିଫ ଶୁକ୍ରବାର ଚୁକ୍ତିନାମା ସ୍ଥଗିତ ରଖିବା ନିଷ୍ପତ୍ତିକୁ “ଜଳର ଅସ୍ତ୍ରକରଣ” ବୋଲି କହିଛନ୍ତି । ସିନ୍ଧୁ ନଦୀର ଜଳ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଭାରତର ଏକପାଖିଆ ଏବଂ ବେଆଇନ ନିଷ୍ପତ୍ତିରେ ସେ କାଳେ ଗଭୀର ଭାବରେ ଦୁଃଖୀ ବୋଲି ରିପୋର୍ଟ କରିଛି ପାକିସ୍ତାନୀ ଗଣମାଧ୍ୟମ । ଯେଉଁଥିରେ ଶହବାଜ କହିଛନ୍ତି, ଲକ୍ଷ ଲକ୍ଷ ଜୀବନକୁ ସଂକୀର୍ଣ୍ଣ ରାଜନୈତିକ ଲାଭ ପାଇଁ ବନ୍ଧକ କରାଯିବା ଉଚିତ୍ ନୁହେଁ, ଏବଂ ପାକିସ୍ତାନ ଏହାକୁ ଅନୁମତି ଦେବ ନାହିଁ। ଆମେ କେବେବି ଲାଲ ରେଖା ଅତିକ୍ରମ କରିବାକୁ ଦେବୁ ନାହିଁ । ଯାହାକୁ ଏକ ଅଟ୍ଟହାସ୍ୟପୂର୍ଣ୍ଣ ସତ୍ୟ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।
Comments are closed.