Latest Odisha News

ସରକାରଙ୍କୁ ବିଧାନସଭା କମିଟିର ସୁପାରିଶ; ରାଜ୍ୟରେ ନୂଆ ଡିଗ୍ରୀ କଲେଜ ଖୋଲିବା ବନ୍ଦ କରନ୍ତୁ

ଭୁବନେଶ୍ୱର: ରାଜ୍ୟରେ ନୂଆ ଡିଗ୍ରୀ କଲେଜ ଖୋଲିବାକୁ ଅନୁମତି ଦିଅନ୍ତୁ ନାହିଁ ବୋଲି ବିଧାନସଭା ସ୍ଥାୟୀ କମିଟି(ଉଚ୍ଚଶିକ୍ଷା) ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି । ଯେଉଁ ବ୍ଳକରେ ଡିଗ୍ରୀ କଲେଜ ନାହିଁ, ସେଠାରେ ହିଁ ଖୋଲିବାକୁ ଅନୁମତି ଦିଆଯାଉ ବୋଲି ବିଧାନସଭା ସ୍ଥାୟୀ କମିଟିର ଅଧ୍ୟକ୍ଷତା କରୁଥିବା ଭୁପିନ୍ଦର ସିଂହ କହିଛନ୍ତି ।

କମିଟିର ଅନ୍ୟ ସୁପାରିଶ ଗୁଡିକ ହେଲା-

– ସରକାର ସେହି ଅଂଚଳରେ ଯୁକ୍ତ ଦୁଇ କଲେଜରେ ସିଟ୍ ସଂଖ୍ୟା ବଢ଼ାଇପାରିବେ, ଯେଉଁଠି ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପାସ କରିବା ପରେ ଉଚ୍ଚଶିକ୍ଷା ଗ୍ରହଣ କରିବାର କୌଣସି ସୁବିଧା ନାହିଁ ।

– ଏବେ ରାଜ୍ୟରେ ୧ହଜାରରୁ ଅଧିକ ସରକାରୀ ଓ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ରହିଛି । ମାତ୍ର ୫ଟି ଆଞ୍ଚଳିକ ନିର୍ଦ୍ଦେଶକ ପଦବୀ ଏଥିପାଇଁ ପର୍ଯ୍ୟାପ୍ତ ନୁହେଁ । ରାଜ୍ୟର ୧୩ଟି ଅବିଭକ୍ତ ଜିଲ୍ଲାରେ ୧୫ଟି ଆଞ୍ଚଳିକ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ।

– ସମସ୍ତ ଡିଗ୍ରୀ କଲେଜରେ ନିୟମିତ ଅଧ୍ୟକ୍ଷଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦେବା ଉଚିତ୍ ।

– ନିୟମିତ ଶିକ୍ଷକ ନିଯୁକ୍ତିରେ ବିଳମ୍ବ ଯୋଗୁଁ ଅତିଥି ଅଧ୍ୟାପକଙ୍କ ପାରିଶ୍ରମିକ ବୃଦ୍ଧି କରିବା ଜରୁରୀ ।

– ବେସରକାରୀ କଲେଜରେ ରିଡର ପଦବୀକୁ ଉନ୍ନୀତ ଲାଗି ବୟସ ସୀମାକୁ ୨୭ ବର୍ଷରୁ ୨୩ ବର୍ଷ କରିବା ଉଚିତ୍ ।

ଏହି କମିଟିରେ ବିଧାୟକ ବିଜୟ ରଞ୍ଜନ ସିଂହ ବରିହା, ନିତ୍ୟାନନ୍ଦ ସାହୁ, ଦେବେଶ ଆଚାର୍ଯ୍ୟ, ସୀମାରାଣୀ ନାୟକ, ସୁଶାନ୍ତ କୁମାର ବେହେରା, ବିଷ୍ଣୁବ୍ରତ ରାଉତରାୟ, ସୁନନ୍ଦା ଦାସ, ପ୍ରକାଶ ଚନ୍ଦ୍ର ମାଝୀ, ଶଙ୍କର ଓରାମ, ଆଦିତ୍ୟ ମାଢ଼ି, ମୁକେଶ କୁମାର ପାଳ ସଦସ୍ୟ ଅଛନ୍ତି ।

Leave A Reply

Your email address will not be published.