Latest Odisha News

BREAKING NEWS

ଆସନ୍ତୁ ଜାଣିବା କିଏ କହିଲେ ମୋତେ ଟ୍ୟାଗ କରନି, ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ନୁହେଁ

ନୂଆଦିଲ୍ଲୀ: ପଞ୍ଜାବରେ ଅମ୍ରିନ୍ଦର ସିଂଙ୍କୁ ରାଜନୀତି ଜୋର ଧରିଛି । ତେବେ ଏହି ରାଜନୀତି ଛକାପଞ୍ଝାରେ ଫସି ଯାଇଛନ୍ତି ଫୁଟବଲ ଗୋଲକିପର ଅମ୍ରିନ୍ଦର ସିଂ । ୟୁଜର୍ସ ଅଯଥାରେ ବିଭିନ୍ନ ପୋଷ୍ଟ ଏବଂ ଟୁଇଟରେ ତାଙ୍କୁ ଟ୍ୟାଗ କରୁଛନ୍ତି । ଏଥିନେଇ ସେ ବ୍ୟତୀବ୍ୟସ୍ତ ହୋଇ ପଡିଛନ୍ତି । ପ୍ରିୟ ନ୍ୟୁଜ ସଂସ୍ଥା ଏବଂ ସାମ୍ବାଦିକ ବନ୍ଧୁମାନେ, ମୁଁ ଭାରତୀୟ ଫୁଟବଲ ଦଳର ସଦସ୍ୟ । ପଞ୍ଜାବର ମୁଖ୍ୟମନ୍ତ୍ରୀ ନୁହେଁ ବୋଲି ଟୁଇଟ କରିଛନ୍ତି ।

ଶେଷରେ ପୂର୍ବତନ କଂଗ୍ରେସ ନେତା ଅମ୍ରିନ୍ଦର ମଧ୍ୟ ତାଙ୍କୁ ଟୁଇଟ କରିଥିଲେ, ପ୍ରିୟ ବନ୍ଧୁ ତୁମ ପ୍ରତି ମୋର ସହାନଭୂତି ରହିଛି । ଆଗାମୀ ମ୍ୟାଚ ପାଇଁ ଶୁଭେଚ୍ଛା । ଫୁଟବଲ ଖେଳାଳିଙ୍କ ଏହି ଟୁଇଟ ଏବେ ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛି ।

Leave A Reply

Your email address will not be published.