Latest Odisha News

BREAKING NEWS

ଗୋବିନ୍ଦାଙ୍କ ବୋହୂ ହେବା ପୂର୍ବରୁ ଏହି ବ୍ୟକ୍ତିଙ୍କୁ ବିବାହ କରିଥିଲେ କଶ୍ମିରା

ମୁମ୍ବାଇ: ଆପଣ ତ କମେଡିଆନ କୃଷ୍ନାଙ୍କ ପତ୍ନୀ କଶ୍ମିରାଙ୍କ ବାବଦରେ ଅଳ୍ପବହୁତେ ଜାଣିଥିବେ | କଶ୍ମିରା ବିଗବସରେ ଭାଗ ନେଇଥିବା ସହ ଅନେକ ସମୟରେ କୃଷ୍ନା ଅଭିଷେକଙ୍କ ସହ ନଜର ଆସନ୍ତି | ତେବେ କଶ୍ମିରାଙ୍କ ବାବଦରେ ଆଜି ଆମେ ଆପଣଙ୍କୁ ଏମିତି କିଛି ସୂଚନା ଦେବୁ ଯାହା ଆପଣ ଜାଣିନଥିବେ | କଶ୍ମିରା ୫୦ ବର୍ଷରେ ପାଦ ଦେଇଥିବାବେଳେ ସେ ୨ ଡିସେମ୍ବର ୧୯୭୧ରେ ଜନ୍ମ ହୋଇଥିଲେ ଓ ପରେ ସେ ଗୋବିନ୍ଦାଙ୍କ ଭଣଜା କୃଷ୍ନା ଅଭିଷେକଙ୍କୁ ପ୍ରେମ କରିଥିଲେ ଏବଂ ତାଙ୍କୁ ବିବାହ କରିଥିଲେ। କିନ୍ତୁ ଯେତେବେଳେ ସେ କୃଷ୍ଣଙ୍କୁ ଭଲ ପାଉଥିଲେ, ସେତେବେଳେ ସେ ବିବାହିତ ଥିଲେ। କଶ୍ମିରା ଏବଂ କୃଷ୍ନାଙ୍କ ପ୍ରେମ କାହାଣୀ ୨୦୦୬ ମସିହାରେ ଜୟପୁରରେ ଆରମ୍ଭ ହୋଇଥିଲା ଏବଂ ସେତେବେଳେ ସେମାନେ ‘ପପୁ ପାସ୍ ହୋ ଗୟା’ ସେଟରେ ପରସ୍ପରକୁ ଭେଟିଥିଲେ।

ତେବେ କଶ୍ମିରାଙ୍କର ପ୍ରଥମ ସ୍ୱାମୀଙ୍କ ନାମ ବ୍ରାଡ ଲିଷ୍ଟରମ୍ୟାନ ଥିଲା | ବ୍ରାଡ ଲିଷ୍ଟରମ୍ୟାନ୍ କାଲିଫର୍ଣ୍ଣିଆରେ ପଢ଼ିଥିବାବେଳେ ସେ ଜଣେ ପ୍ରସିଦ୍ଧ ବ୍ୟବସାୟୀ ଭାବରେ ମଧ୍ୟ ବିବେଚିତ ହୋଇଥିଲେ | କିନ୍ତୁ ସେ ପାଠପଢ଼ା ସାରିବା ମାତ୍ରେ ଆମେରିକାର ନୌସେନାରେ ଯୋଗ ଦେଇଥିଲେ ଏବଂ ପରେ ସେ ମଧ୍ୟ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ। କଶ୍ମିରା ଶାହା ଏବଂ କୃଷ୍ଣଙ୍କ ମଧ୍ୟରେ ବନ୍ଧୁତା ପରେ ସେମାନେ ପ୍ରେମରେ ପଡ଼ିଯାଇଥିଲେ ଏବଂ କଶ୍ମିରା ୨୦୦୭ ରେ ପ୍ରଥମ ସ୍ୱାମୀଙ୍କଠାରୁ ଛାଡପତ୍ର ନେଇଥିଲେ। ଆଉ ୨୦୧୩ ରେ ଉଭୟ ବିବାହ କରିଥିଲେ ।

Leave A Reply

Your email address will not be published.