Latest Odisha News

କଂଗ୍ରେସ ସମ୍ମିଳନୀର ବିଜ୍ଞାପନରେ ମୌଲାନାଙ୍କ ଫଟୋ ନ ଥିବା ନେଇ ସୃଷ୍ଟି ହେଲା ବିବାଦ

ରାୟପୁର: ରାୟପୁରରେ କଂଗ୍ରେସର ୮୫ତମ ସମ୍ମିଳନୀ ବିଜ୍ଞାପନରେ ମୌଲାନା ଅବୁଲ କଲାମ ଆଜାଦଙ୍କ ଫଟୋ ନ ଥିବା ନେଇ ବିବାଦ ସୃଷ୍ଟି ହୋଇଛି । ବିଜ୍ଞାପନରେ ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ, ଭୀମରାଓ ଆମ୍ବେଡକର, ସୁବାସ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲବଭାଇ ପଟେଲ, ସରୋଜିନୀ ନାଇଡୁ, ଲାଲ ବାହାଦୂର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ପିଭି ନରସିଂହ ରାଓଙ୍କ ଫଟୋ ରହିଛି । ମୌଲାନାଙ୍କ ବିନା କଂଗ୍ରେସ ଯାତ୍ରା ସମ୍ଭବ କି ବୋଲି ପ୍ରଶ୍ନ ଉଠିଛି । କଂଗ୍ରେସ ମଧ୍ୟ ଏହି ଘଟଣା ପରେ କ୍ଷମା ପ୍ରାର୍ଥନା କରିଛି । ମୌଲାନା ସମଗ୍ର ଭାରତ ପାଇଁ ପ୍ରତୀକାତ୍ମକ ଏବଂ ପ୍ରେରଣାଦାୟକ ବ୍ୟକ୍ତିତ୍ୱ । ତାଙ୍କ ବିନା କଂଗ୍ରେସ ଯାତ୍ରା ସମ୍ଭବ ନୁହେଁ ।

କଂଗ୍ରେସର ଏହି ବିଜ୍ଞାପନରେ କୌଣସି ମୁସଲମାନଙ୍କ ଚେହେରା ନ ଥିବାରୁ ବିବାଦ ସୃଷ୍ଟି ହୋଇଥିଲା । କଂଗ୍ରେସର ବଡ ବଡ ନେତାମାନେ ଏହା ଏକ ମାରାତ୍ମକ ଭୁଲ ବୋଲି ବ୍ୟକ୍ତିଗତ ମତ ଦେଇଛନ୍ତି । ତେବେ କେଉଁ କାରଣ ପାଇଁ ତାଙ୍କ ଫଟୋ ଦିଆ ଯାଇ ନ ଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ରବିବାର ଏହି କାର୍ଯ୍ୟକ୍ରମର ଶେଷ ଦିବସରେ ମୌଲାନାଙ୍କ ଫଟୋ ଭଲ ଭାବେ ଦିଆ ଯାଇଥିଲା ।

Leave A Reply

Your email address will not be published.